ଆଶ୍ଚର୍ଯ୍ୟ ବାଳକ (Odia Translation Of 'a Strange Boy' By Sayeed Abubakar) Poem by Bharati Nayak

ଆଶ୍ଚର୍ଯ୍ୟ ବାଳକ (Odia Translation Of 'a Strange Boy' By Sayeed Abubakar)

ଆଶ୍ଚର୍ଯ୍ୟ ବାଳକ
ମାତୃ କୋଳ ଛାଡି ଭୀତସ୍ତତ୍ର ନୟନେ
ଚାହେଁ ନିରୀହ ବାଳକ
ଦେଖି ଯୁଦ୍ଧଗ୍ରସ୍ଥ ଧରାକୁ
ପଚାରେ ସେ ହୋଇ ଭୀତକଣ୍ଠ
କୁହ ମାତା, କେଉଁଠାକୁ ମୁଁ ଆସିଛି?
ଉତ୍ତରରେ ମୁଁ କହେ
ଆସିଛୁ ତୁ ପୁତ୍ର ଏଇ ଧରାପୃଷ୍ଠକୁ |
ଦୃଷ୍ଟି ହାଣି ଚତୁଃର୍ଦିଗେ
ଦେଖେ ସେଇ ନିରୀହ ବାଳକ
ରାସ୍ତା ଘାଟ, ଗଳି ଓ ଅର୍ଗଳୀ
ଲାଲ ରକ୍ତରେ ରଞ୍ଜିତ
କୁଢ଼ କୁଢ଼ ଶବର
ହୃଦୟ ବିଦାରକ ଦୃଶ୍ୟପଟ
ନିରୀହ ବାଳକ, କରେ ପ୍ରଶ୍ନ
କୁହ ମାତ, ଏଇ ନର୍କରେ
ମଣିଷ କିପରି କରେ ବାସ?
ପ୍ରତ୍ୟୁତ୍ତରେ କହେ ମୁଁ
ଲଜ୍ଜା ଲାଗେ ମୋତେ
କି କହିବିରେ ଧନ
ମଣିଷଟେ କାହିଁ ଏଠି
ଏ ଯେ ନରକ !


Maatru kola chhadi Bhitatrasta nayane, chahen niriha baalaka Dekhi yuddhagrastha dharaku Pachare se hoi bhitakantha Kuha Mataa, Keunthaku mu aasichhi? Uttarare mu kahe Aasichhu tu putra Ei dhhara prustha. Drusti haani chaturdige Dekhe sei niriha baalaka Raasta ghaata, gali o argali Lal raktare ranjita Kudha kudha saba ra Hrudaya bidaraka drushya patta Niriha baalaka, kare prasna Kuha Maata Ei narkare Manisa Kipari kare baasa Pratyuttare kahe Mu Lajja laage mote Ki kahibi re Dhana Manisa te kahin ethi E je narak - - - - - - - - - - - - - - - - - Translated by Bharati Nayak

This is a translation of the poem A Strange Boy by Sayeed Abubakar
Saturday, August 20, 2022
Topic(s) of this poem: child,war,violence
COMMENTS OF THE POEM
Close
Error Success