ତୁମ ସ୍ମୃତିକୁ ବାନ୍ଧି ରଖିଛି ମୋ ହୃଦୟ ଭିତରେ
ବିତାଇ ଥିବା ଦିନ ମାନ, ତୁମ ଅଠରୁ ଝରି ପଡୁ ଥିବା ଶବ୍ଦ ମାନ
ସେଇ ଶବ୍ଦର ପ୍ରତିଧ୍ବନି ସବୁ ଏବେ ଅସ୍ତ ବ୍ୟସ୍ତ କରନ୍ତି ମୋ ବର୍ତ୍ତମାନ ସତ୍ତାକୁ
ଘୋଡାଇ ରଖିଛି ପ୍ରେମର ମୋହକ ମୋ ସ୍ମୃତିର ସିନ୍ଦୁକ ଭିତରେ
ଖୋଲା ଆକାଶରେ ମୋତେ ଏବେ ଶ୍ଵାସରୁଦ୍ଧ ଲାଗେ
ପୂର୍ଣିମା ଚନ୍ଦ୍ରର ଆଲୁଅ ଅନ୍ଧାରୁଆ ଦେଖା ଯାଏ
ତୁମ ସ୍ମୃତି ଭାଙ୍ଗି କିଛି ଲହଡି ଫେରି ଆସେ ପୁଣି କୂଳକୁ
ଭିଜା ବାଲୁକରେ ଲେଖି ଯାଏ କିଛି ନାଁ
ହାତ ବଢାଇ ବି ଲିଭାଇ ପାରେନା ସେ ସ୍ମୃତି
ମୋ ହୃଦୟ ପୃଷ୍ଠାରୁ, ନିଶ୍ଵାସ ଭିତରୁ
ତୁମେ ଚୀର ଜୀବନ୍ତ, ଚୀର ସ୍ମରଣୀୟ ମୋ ମାନସ ପଟରେ
ଛଡାଇ ପାରିବନି କେବେ, ମୋ ସ୍ମୃତିର ଶାମୁକାକୁ
ଯେତେ ଯାଅ ପଛେ ତୁମେ ଦୂରକୁ, ଦୂରକୁ
ଅର୍ଥ କିଣି ପାରେନା, ଅହଂକାର ତାକୁ ଚିହ୍ନି ପାରେନା
ପ୍ରତିପତ୍ତ ତାକୁ ଛୁଇଁ ପାରେନା, ସ୍ଵାର୍ଥ ତାକୁ ଦେଖି ପାରେନା
ସେ କେବଳ ମୋର ଓ ମୁଁ ତାର ସମ୍ରାଟ
ମୋ ସ୍ମୃତି ରହିଛି ଜୀବନ୍ତ
This poem has not been translated into any other language yet.
I would like to translate this poem
ଖୋଲା ଆକାଶରେ ମୋତେ ଏବେ ଶ୍ଵାସରୁଦ୍ଧ ଲାଗେ ପୂର୍ଣିମା ଚନ୍ଦ୍ରର ଆଲୁଅ ଅନ୍ଧାରୁଆ ଦେଖା ଯାଏ ତୁମ ସ୍ମୃତି ଭାଙ୍ଗି କିଛି ଲହଡି ଫେରି ଆସେ ପୁଣି କୂଳକୁ ଭିଜା ବାଲୁକରେ ଲେଖି ଯାଏ କିଛି ନାଁ -Very well penned my dear friend Sada......10