ଫଗୁଣ Poem by Dr. Sada Bihari Sahu

ଫଗୁଣ

Rating: 5.0

କୋଇଲିର କୁହୁ କୁହୁ ରାବ
ଶୀତଳ ପବନର ସୁ ସୁ ଧାବ
ଲାଲ ଟହ ଟହ ପଳାସର ଦୃଶ୍ୟ
ବୃକ୍ଷ ମଧେ ପତ୍ର ଝଡା ବେଶ
ଏ ସବୁକୁ ପୁଲକିତ କରେ ମନର ଆବେଗ
ଖେଳାଇ ଦିଏ କିଛି ଆନନ୍ଦର କ୍ଷଣ
ଆସିଗଲା ଜାଣ ଏଇ ଯେ ଫଗୁଣ


ବଉଳ ବାସ୍ନାରେ ଯେବେ ଚହଟେ ଚଊପାସ
ଫଗୁ ରଙ୍ଗେ ରଙ୍ଗିବାକୁ ଆତୁର ମଣିଷ
ଭଙ୍ଗ ପଣା ପିଇ ନିଜକୁ "ଭୁଲିବାର" ପ୍ରୟାସ
ଆଗମନ ହେଲା ଜାଣ ଏଇ ଯେ ଫଗୁଣ


ଜାତି, ଧର୍ମ, ବର୍ଣ୍ମ, ଭୁଲି ସମସ୍ତଙ୍କୁ ଆପଣା କରିବ
ଭାତୃ ପ୍ରେମେ ଦେଶ ମହକିବ
ଶାନ୍ତିର ପ୍ରଦୀପ ଧାରାରେ ଜଳିବ
ରାଗ, ଅଭିମାନ ଛାଡି ଏକ ସୁରେ ଗାଇବେ ମାନବିକ ଗାନ
ସତରେ, ସେଦିନ ହେବ ଫଗୁଣର ପ୍ରକୃତ ଆଗମନ

Friday, December 15, 2017
Topic(s) of this poem: season
POET'S NOTES ABOUT THE POEM
Poem is in Odia language.
COMMENTS OF THE POEM
Dr Dillip K Swain 26 February 2018

ଜାତି, ଧର୍ମ, ବର୍ଣ୍ମ, ଭୁଲି ସମସ୍ତଙ୍କୁ ଆପଣା କରିବ ଭାତୃ ପ୍ରେମେ ଦେଶ ମହକିବ ଶାନ୍ତିର ପ୍ରଦୀପ ଧାରାରେ ଜଳିବ ରାଗ, ଅଭିମାନ ଛାଡି ଏକ ସୁରେ ଗାଇବେ ମାନବିକ ଗାନ ସତରେ, ସେଦିନ ହେବ ଫଗୁଣର ପ୍ରକୃତ ଆଗମନ....I love this poem! It's a pleasure reading it again!

0 0 Reply
Dr Dillip K Swain 29 December 2017

ବଉଳ ବାସ୍ନାରେ ଯେବେ ଚହଟେ ଚଊପାସ ଫଗୁ ରଙ୍ଗେ ରଙ୍ଗିବାକୁ ଆତୁର ମଣିଷ ଭଙ୍ଗ ପଣା ପିଇ ନିଜକୁ ଭୁଲିବାର ପ୍ରୟାସ ଆଗମନ ହେଲା ଜାଣ ଏଇ ଯେ ଫଗୁଣ -Excellent dear Sada, Happy New Year 2018!

2 0 Reply
Dr. Sada Bihari Sahu 15 January 2018

ଧନ୍ୟବାଦ ପ୍ରିୟ ସାଙ୍ଗ ଦିଲୁ। ତୁମକୁ ଏ କବିତା ଭଲ ଲାଗିଲା ।

0 0
Kumarmani Mahakul 15 December 2017

ଜାତି, ଧର୍ମ, ବର୍ଣ୍ମ, ଭୁଲି ସମସ୍ତଙ୍କୁ ଆପଣା କରିବ ଭାତୃ ପ୍ରେମେ ଦେଶ ମହକିବ ଶାନ୍ତିର ପ୍ରଦୀପ ଧାରାରେ ଜଳିବ ରାଗ, ଅଭିମାନ ଛାଡି ଏକ ସୁରେ ଗାଇବେ ମାନବିକ ଗାନ ସତରେ, ସେଦିନ ହେବ ଫଗୁଣର ପ୍ରକୃତ ଆଗମନ ............ଖୁବ୍ ସୁନ୍ଦରଭାବେ ଫଗୁଣ ଗୀତ ମାଧ୍ୟମରେ ସ୍ରୁସ୍ଟି କରିଛନ୍ତି ଭାତ୍ରୂପ୍ରେମ; ଦେଶପ୍ରେମ କବିତା. ଧନ୍ୟବାଦ୍.

1 0 Reply
Sada Bihari Sahu 20 December 2017

Dhanyabad Agyana for your nice comment. Sorry for the delay in replying back. Thanks a lot.

0 0
Bharati Nayak 15 December 2017

ବଉଳ ବାସ୍ନାରେ ଯେବେ ଚହଟେ ଚଊପାସ ଫଗୁ ରଙ୍ଗେ ରଙ୍ଗିବାକୁ ଆତୁର ମଣିଷ ଭଙ୍ଗ ପଣା ପିଇ ନିଜକୁ ଭୁଲିବାର ପ୍ରୟାସ ଆଗମନ ହେଲା ଜାଣ ଏଇ ଯେ ଫଗୁଣ - - - -ଆପଣଙ୍କ କବିତାରେ ଫଗୁଣର ବର୍ଣନା ସାଙ୍ଗକୁ ଜୀବନ -ଦର୍ଶନ ର ସୁନ୍ଦର ସମନ୍ଵୟ ରହିଚି i Beauty of Spring Season and life's philosophy find fine expression in this poem.Thanks for sharing.

1 0 Reply
Sada Bihari Sahu 20 December 2017

Thanks a lot for your nice comment and praise worthy words. Really it means a lot to me. Sorry for delay in replying back.

0 0
READ THIS POEM IN OTHER LANGUAGES
Close
Error Success