ପକ୍ଷୀଗୀତ Songs Of Birds Poem by Gajanan Mishra

Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India

ପକ୍ଷୀଗୀତ Songs Of Birds

1

ମୋ କାନ୍ଦ ଭିତରେ,
ଆକାଶ ହସୁଛି
ଦେଖୁଛି ମୁଁ।

ମୋ ଦେଖିବା ଭିତରେ,
ମାଟି କହୁଛି କଥା
ଶୁଣୁଛି ମୁଁ।

ମୋ ଶୁଣିବା କଥା
ଅଗ୍ରାହ୍ୟ କରୁଛନ୍ତି,
ମହାମାନ୍ୟ ଆପଣ।

ଆଉ ମୁଁ
ଗଣୁଛି ଦିନ।
ଶେଷ ରାତିକୁ
କରିଛି ଅପେକ୍ଷା।
ପୁଣି ହେବ ଦେଖା।

2

ହେଲେ ଦେଖା କହିବି
କୋଉଠି କେତେ କଣ।
ହେଲେ ଦେଖା କହିବି
କିଏ କାହାକୁ ଆମେ
କେମିତି ଦେଖୁଛେ।

ଆମେ ଆମର ହୋଇ
କେବେ ଥିଲେ?
ଆମକୁ ଦେଉଛି ଯିଏ ଧୋକା,
ଏଇଟା ସତ ସବୁଆଡୁ
ତାକୁ ଇ ମିଳୁଛି ଛି ଛା।

ଆଶା ଥିଲା, ଯୋଉଟା
ରହିଗଲା ଅନ୍ଧାରରେ।
ନିଜ ଭିତରର ଆଲୁଅକୁ ଆମେ
ନ ଦେଖି ପାରି ଖାଲି ଘୂରି ବୁଲିଲେ।

3

ବୁଲିଲେ ଆମେ
କାହିଁ କେତେ ଆଡେ।

ଜାବୋଡି ଧରିଲେ
ନିଜ କାନ୍ଦ ନିଜ ହସ
ଆଉ କହିଲେ
ଏଠାକାର ଏ ସବୁ,
ଏ ସବୁ ହିଁ ଆମର।

ଏ ସବୁ ପକ୍ଷୀଗୀତ
ସୂର୍ଯ୍ୟର, ଆଉ ଆମେ
ଡେଇଁ ଡେଇଁ ଆକାଶକୁ
ଛୁଇଁବା ଲୋକ।

ଫୁଲ ଯେତେ ଫୁଟୁଛନ୍ତି ଏଠି,
ଆମକୁ ହିଁ ଟାକିଛନ୍ତି
ଆଉ ଆଉ କଥା ଶୁଣେଇବାକୁ।

Sunday, May 20, 2018
Topic(s) of this poem: birds,songs
POET'S NOTES ABOUT THE POEM
written in Odia language. Odia is the official language of Odisha, India.
COMMENTS OF THE POEM
READ THIS POEM IN OTHER LANGUAGES
Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Close
Error Success