ମୋ ଭାଷା ମୋ ଆଶା ମୋ ଭରସା
ମୋ ମାଟି ମୋ ଥାତି ମୋ ଖିରିସା।
ମା ମୋର କୋସଲି ମୁଁ ଅସଲି
ଦେଶ ଭାରତ ମଣିଷ ବୋଲି।
କେତେ କଥା କେତେ ବ୍ୟଥା ଭାଷା
ହିନ୍ଦୀ ବୋଡୋ ବଙ୍ଗାଳୀ ଓଡିଆ ।
ତେଲୁଗୁ ତାମିଲ ଗୁଜରାଟି
ସଂସ୍କୃତ ମାଲାୟାଲାମ ସିନ୍ଧି।
କନ୍ନଡ କୋନକାନୀ ସାନ୍ତାଳି
ମଣିପୁରୀ ମରାଠୀ ନେପାଲି।
ଆସାମି କାଶ୍ମିରି ମୋର ବୋଲି
ଡୋଗ୍ରି ପଂଜାବି ଉର୍ଦୁ ମୈଥିଲି।
ଆଉ ଆଉ କେତେ କେତେ ଭାଷା
କହିବି ଶକ୍ତି ନାଇଁ ସହସା ।
ଭାଷା ଭାଷା ଭାଷା ଭାଷା
ଭାଷା ଆଶା ପରିଚିତି ଖାସା।
ଭାଷାରେ ପ୍ରେମ ଭାଷାରେ ସତ୍ୟ
ଜୀବନର ସବୁ ଉପପାଦ୍ୟ।
ଭୋଜପୁରୀ ଗୋପୀ ଛତିଶ'ଡି
ଯାତ୍ରା ଜୀବନ ଯାଏରେ ଗଡି।
ଏତେ ରଙ୍ଗ ଏତେ ଫୁଲ ସବୁ
ଦେଇଛ ସଜେଇ ଆହେ ପ୍ରଭୁ।
ଭାବକୁ ନିକଟ ଶବ୍ଦଠୁ ଦୂର
ଭାଷାରେ ଭରା ଗୁଣ ତୁମର।
ଭାଷା ସୁନ୍ଦର ହେଉ ବି ଯାହା
ମୋ ପାଇଁ ମୋର ମାଆ ରାଧିକା।
ଭାବ ଦିଆନିଆ ଆତ୍ମା ଡକା
କିଏ ଆଉ ହେବ କି ଅଧିକା!
ତପୋବନ, ଟିଟିଲାଗଡ, ବଲାଙ୍ଗିର
9/8/2019
This poem has not been translated into any other language yet.
I would like to translate this poem
Language, identity is there in one's language