ତୁ ସନ୍ତୋଷ
ମୁଁ ତୋର ହସ,
ରାତିଅଧିଆ ଦିପହରେ
କରୁଛୁଁ ଆମେ ଉଭୟେ
ନିଶା ବେପାର।
ଏତିକିରେ
କଣ କିଛି ସରୁଛି?
ପଚାରୁଛୁ ମତେ ଯାହା
ମଲା ନଈ ଭିତରୁ
ଠୁଳେଇ ରଖୁଛି
ବିଦାୟବେଳାର
ମହୁସୁରେଇ।
ଜଣା ନ ଥିଲା
କବିତାର ଏତେ କାଟତି!
This poem has not been translated into any other language yet.
I would like to translate this poem