ପ୍ରାର୍ଥନାର ଆରମ୍ଭରେ। At The Beginning Of Prayer Poem by Gajanan Mishra

Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India

ପ୍ରାର୍ଥନାର ଆରମ୍ଭରେ। At The Beginning Of Prayer

Rating: 5.0

ମାପି ନି ସିଂହର ଅଣ୍ଟା,
ହାତୀର ଶୁଣ୍ଢକୁ ଛୁଇଁଛି ଯଦିଓ।
ଖେଳକୁ ଖାମଖିଆଲି ଭାବରେ
ଖେଳି ନି କେବେ କି ପଚାରି ନି
ଅଦୃଶ୍ୟରେ ଅଛି କଣ
ତଦନ୍ତ କରି କହିବ କେବେ।

ସଂପର୍କ ଆଉ ସଂପର୍କର ଅର୍ଥ
ବି ଚାଲିଛି ବଦଳି ବଦଳି।
ଟାଣ ହାତମୁଠାକୁ ପସନ୍ଦ ନାଇଁ,
କିଏ କାହାର ନୁହେଁ ଜାଣିଲାପରେ।
ଆସିଛି ବର୍ଷା ଆଉ କହିଛି
ଯାଚ୍ଛାତା ସଭିଙ୍କ ସାମ୍ନାରେ ଯଦିଓ
ନ ଥିଲା କି ନାଇଁ ସେମିତି କାରଣ କିଛି।

ନଈ ଅଛି, ନାଇଁ ଯଦିଓ ନଈରେ
ପାଣି କି ବାଲି। ନଈର ଉପରେ
ଉଡିଛି କିନ୍ତୁ ବେଲୁନ ମହାନନ୍ଦରେ।
ଖ୍ୟାତିଅଖ୍ୟାତିର ହାତଗୋଡ ନାଇଁ,
ଘଡିର କଣ୍ଟାମାନଙ୍କୁ ରକ୍ତାକ୍ତ କରାଯାଇ
ଶୂଳୀରେ ଚଢାଯାଇସାରିଛି ଯଦିଓ।


ଆକାଶ ଆସି ବସା ବାନ୍ଧି ସାରିଛି,
ନିଶ୍ୱାସପ୍ରଶ୍ୱାସ ସବୁ ଔଦ୍ଧତ୍ୟର ସୀମା
ଲଂଘି, ଯାଇ ସାରିଛନ୍ତି କେଉଁ କେଉଁଆଡେ।
ଫେରାଇପାରି ନି ମୁଁ ପବନକୁ
କେରାଏ ହସ ଦେଇଥିଲା ଯାହା
ଆକୁଳ ପ୍ରାର୍ଥନାର ଆରମ୍ଭରେ।

Tuesday, February 26, 2019
Topic(s) of this poem: life,world
COMMENTS OF THE POEM
READ THIS POEM IN OTHER LANGUAGES
Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Close
Error Success