ହଉ, କରିଛୁଁ ଅପେକ୍ଷା,
ଆସିବ କିଏ, କେତେବେଳେ।
ଜଣେଇବୁ ଅଭିନନ୍ଦନକୁ ଅଭିନନ୍ଦନ।
ଆମର ଆସ୍ଥା ଆମର ବିଶ୍ୱାସ,
ଆମର ଅସ୍ମିତା ଉପରେ
ରହିଛୁଁ ଆମେ ସାରା ଦିନ।
ଆମର ଅପେକ୍ଷାକୁ କର ନା,
କର ନା ଉପହାସ ପ୍ରହସନ ।
ଯିବା ଆଉ ଫେରିବା,
ଥିବା ଆଉ ନ ଥିବା
କେମିତି କହିବା ସମାନ!
ଆଶ୍ଚର୍ଯ୍ୟ, ଏଇଠି ଇ ଏଇଠି
ରହିଛି ଲଟକି ଆମର ଧନ,
ଆମର ମାନ, ଆମର ଜୀବନ।
This poem has not been translated into any other language yet.
I would like to translate this poem