ମଲି କୋଉଠି! Poem by Gajanan Mishra

Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India

ମଲି କୋଉଠି!

Rating: 5.0

ମଲି କୋଉଠି!
ନା, ମଲି ନାହିଁ।
ମରିବାକୁ ଏଠିକୁ
ଆସି ନ ଥିଲି।

ଆସି ନ ଥିଲି
ଗୋଳି ପାଣିରେ
ଧରିବାକୁ ମାଛ।
ଆସି ନ ଥିଲି
କହିବାକୁ, ଯଦି
ତୁମର ପସନ୍ଦ
ମତେ ବାଛ।

ଧୋଇଲି ପାଦ
ବଦଳିଗଲା ଦେହ।
ସକାଳକୁ କହିଲି
ଆ ରେ ଆ
କଟା ମୋର ମୋହ।

ହେଲା କି ଜଗି
ଶ୍ୱାସପ୍ରଶ୍ୱାସ?
କହିଲା କିଏ
ନାଇଁରେ ନାଇଁ
ନା ଏଠି ଆରମ୍ଭ
ନା ଏଠି ଶେଷ।

ଡାହାଣୀର ହାବୁଡରେ
ପଡିବାର ଥିଲା କି କାହାର?
ବଢିନଈର ଭଉଁରୀରେ
ଥିଲା କି ପଡିବାର?

କୋଉଠି ଥିଲା ଅନ୍ଧାର
ଗଲା ଖସି ଚୁପ୍ ଚାପ୍।
ହେଲାରେ ହେଲା,
ଡରିଲା ନିଆଁ ତାତିକୁ।
ହେଲାରେ ହେଲା
କହିଲା ସିଂହକୁ
ଉଠ୍ ଉଠ୍।

ଉଠିଥିଲା ଯୋଉଠୁ
ବସିଲା ସେଇଠି।
ଆଉ ମୁଁ ତ
ଥିଲି ଇ
ତାଟିକବାଟଦେଇ।
ମଲାଗଲା କଥା
ଆସିଲା କୋଉଠି!

ସ୍ୱତ୍ୱ ସଂରକ୍ଷିତ-
ଗଜାନନ ମିଶ୍ର
ତପୋବନ, ଟିଟିଲାଗଡ, ବଲାଙ୍ଗିର
22/2/2019

Friday, February 22, 2019
Topic(s) of this poem: life
POET'S NOTES ABOUT THE POEM
Written in odia language, odia is the official language of odisha india, it is about this world, no birth no death.
COMMENTS OF THE POEM
Kumarmani Mahakul 22 February 2019

There is no need to die. Life is precious and we can feel this in living condition. Thank you for sharing this.

0 0 Reply
READ THIS POEM IN OTHER LANGUAGES
Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Close
Error Success