ଘର Poem by Bharati Nayak

ଘର

Rating: 5.0

ଘର

ଭାଷା ଟିଏପାଉନାହିଁ ବର୍ଣ୍ଣିବାକୁ
ମୋର ସେଇ ଛାଡି ଆସିଥିବାଘର କଥା,
ଯେଉଁ ଘରଟିଆଜିଯାକେ ମୋର ଥିଲା
ହଠାତଦିନେଦେଖିଲି
ସେ ମୋତେ ପର କରି ଦେଲା I

ଘର ର କାନ୍ଥରେ ଲେଖା
ମୋହାତ ଟଣା
ଅଙ୍କାବଙ୍କାଅକ୍ଷର
ମୁଁଆଙ୍କିଥିବା ଫୁଲ ଫଳ
ନଈନାଳ
ମୟୂର, ଶୁଆ, ପ୍ରଜାପତି
ଆଉ କେତେ
ବାଘ, ଭାଲୁ, ହାତୀ,
ଶିଶୁ ହାତରଲେଖା ପରି
ଖୋଜୁ ଥିବା ଜିନିଷଟି ପାଇ ହୁଏ
ସେ ଚିତ୍ର ମଧ୍ୟରେ,
ସୁନ୍ଦର ନ ହେଲେ ମଧ୍ୟ
ସୁନ୍ଦର ଆଙ୍କିଛି ବୋଲି
ଘର ଲୋକେ ପିଠି ଥାପୁଡ଼ାଇ ଦିଅନ୍ତିI

ଘରର କାନ୍ଥରେ
ମୋରମଳି ହାତଛାପ
ସବୁଦିନେ ସୁନ୍ଦର ଲାଗୁଥିଲା
ମୋ ଘର ଲୋକଙ୍କୁ,
ହେଲେ, ଯେବେ ମୁଁ ପର ହେଲି
ଘର କାନ୍ଥରେ ନୂଆ ରଙ୍ଗ ଚଢି ଗଲା l

ବଦଳି ଗଲା, ଆମଟାଇଲି ଘରଟା

ମତେ ଯାକ ଜମକରେ
ବିଦାୟ ଦେଲେ ଆମ ଘର ଲୋକେ
ପ୍ରସ୍ତୁତକଲି ନିଜକୁ ମୁଁ
ନୂଆ ଘରଟେ ପାଇଁ
ସିମେଣ୍ଟଓଛାତ ଘର
ଯେଉଁ ଘରଟିକୁ
ରଖିବାକୁ ହେବ ମୋତେ
ସଦା ପରିଚ୍ଛନ
ମାତ୍ର
ମୁଁ ଭୟରେ ସତତବିବ୍ରତ,
ଭୁଲରେନପଡେ଼
ସେଠିଯେମିତି,
ମୋର ମଳି ହାତ ଛାପ! !

Sunday, December 3, 2017
Topic(s) of this poem: house
POET'S NOTES ABOUT THE POEM
' ghara' - -A poem in ODIA language.It means 'house '
COMMENTS OF THE POEM
Subhas Chandra Chakra 03 December 2017

ଅପା, ନମସ୍କାର । ଆପଣଙ୍କ କବିତା ଘର ଏତେ ଭଲ ଲାଗିଲା ଯେ ତାଟକୁ ଅନୁବାଦ କରିଦେଲି, ଏବଂ ପୋଷ୍ଟ ବି କରି ଦେଲି. କିନ୍ତୁ କବିତା ର ମୂଳ ମଧୁରତା ଏବଂ ନିଚ୍ଛକତା ଫୁଟାଇ ପାରିଲିନି, କାରଣ ଧାଡି ଧାଡି ଅନୁବାଦ କରିବା ର ଟାଲେଞ୍ଦ ଥିଲା । Thank you for posting the poem in the original text, it's so appealing. You have described it with so much elegance and perfection that it took me way back to my own childhood too. 10+++++ Regards. Subhas ଏହୱପୋେ

2 0 Reply
Bharati Nayak 04 December 2017

ଶ୍ରଦ୍ଧେୟ ସୁବାସ ବାବୁ, ମୋର ଅନେକ ଶୁଭେଚ୍ଛା ତଥା ଧନ୍ୟବାଦ ନେବେ l ଆପଣ ଏତେଶୀଘ୍ର ମୋର କବିତାର ସୁନ୍ଦର ଅନୁବାଦ କରି ମୋତେ ଅନୁଗୃହୀତ କରିଛନ୍ତି l ଆପଣଙ୍କ କବିତାଟିକୁ ପଢ଼ିଲି I ଏହା ନିଶ୍ଚିତ ଭାବରେ ମୋ କବିତାକୁ ଅଣଓଡ଼ିଆ ପାଠକଙ୍କ ନିକଟକୁ ପହଞ୍ଚାଇ ପାରିଛି I

0 0
Kumarmani Mahakul 03 December 2017

ଶିଶୁ ହାତରଲେଖା ପରି ଖୋଜୁ ଥିବା ଜିନିଷଟି ପାଇ ହୁଏ ସେ ଚିତ୍ର ମଧ୍ୟରେ, ......................................... ମତେ ଯାକ ଜମକରେ ବିଦାୟ ଦେଲେ ଆମ ଘର ଲୋକେ ପ୍ରସ୍ତୁତକଲି ନିଜକୁ ମୁଁ ନୂଆ ଘରଟେ ପାଇଁ.....ଏ ହ୍ରୁଦୟସ୍ପର୍ସୀ ଲେଖା ବାସ୍ତବିକ୍ ଏକ ଜୀବନ ଦର୍ଶନର କଥା. ଗୋଟିଏ ଘର ବାଲ୍ୟ ସମୟରେ କଣ ଥିଲା, ଜୌବନରେ କଣ ଅଛି, ଏବଁ ପ୍ରୌଢ଼ରେ କଣ ଥିବ? ଏ ସୁନ୍ଦର କବିତା ପାଇଁ ବିଶେଷ ଧନ୍ୟବାଦ୍. (A beautiful poem on house has been inscribed nicely on a philosophical base. Thanks for sharing.)

2 0 Reply
Bharati Nayak 04 December 2017

ସମ୍ମାନୀୟ କବି, ଆପଣଙ୍କ ମୂଲ୍ୟବାନ ମତାମତ ମୋତେ ସର୍ବଦା ଉତ୍ସାହିତ କରିଛି I ମୋର କବିତାଟି ଆପଣଙ୍କ ମନକୁ ଛୁଇଁ ପାରିଥିବାରୁ ମୁଁ ନିଜକୁ ଧନ୍ୟ ମନେକରୁଛି I ଆପଣଙ୍କୁ ଅଶେଷ ଧନ୍ୟବାଦ I

0 0
Unnikrishnan E S 04 December 2017

Hi Bharati, Please teach me Odiya. And Thank you, Sri Subas Chandra Chakra for the translation.

2 0 Reply
Binayakumar Mohanty 15 December 2017

I have gone through the odia version of the poem and its transcreation by Subhas ch Chakra.Both are equally appealing.Thanks for sharing mam.

1 0 Reply
Ranjan Kumar Ghosh 15 December 2017

ହେଲେ, ଯେବେ ମୁଁ ପର ହେଲି ଘର କାନ୍ଥରେ ନୂଆ ରଙ୍ଗ ଚଢି ଗଲା this poem is very nice and this poem is best of poem hunter 10++++++

0 0 Reply
Unnikrishnan E S 09 December 2017

Hey! What is happening! An Odiya brotherhood? With Bharati, Mahakul Sahab, Subhasji, and now we have Ms Mayurakshi Ojha joining you. All of us who do not read Odiya also should join hands and protest. Will SW take the lead? Hehehe! ! ! !

0 0 Reply
Susan Williams 06 December 2017

I went to Sri Subas Chandra Chakra to read a translation but could not find it. I shall just add my pleas to the rest of them here for translations of your poems. I realize it would be difficult to get the same rhythm and texture as the original w/o incredible output of time and energy.... sigh.... but I shall look for poems you have written in English that I haven't read yet. Cuz I love your poetic voice.

0 0 Reply
Seema 05 December 2017

I am sure it is a beautiful write, I hope someday you will post the translation as well. take care

0 0 Reply
READ THIS POEM IN OTHER LANGUAGES
Close
Error Success