ଡାକିଲ,
ଗଲୁଁ ।
କହିଲ ନି କିଛି,
ତୁମ ଚାରଗଣ କହିଲେ -
ବସନ୍ତୁ ।
ଲାଗିଲା ରାଗ,
କଲୁଁ ଆୟତ୍ତ ।
ଦାନ୍ତୁରୀ ନାରୀ ହସ ଦେଖେଇ
କହିଲ- କୋଅନ୍ତୁ ।
କଣ ଆଉ କହିଥାନ୍ତୁ?
ମା କଥା,
ମାଟି କଥା,
ଭାଷା କଥା ଛଡା?
ଜାଣିଛୁଁ ଯେତେ
ବିଧି ବ୍ୟବସ୍ଥା
ବଖାଣିଲୁଁ,
କେଳା ଆଗେ ମୂଳା,
ଅନ୍ଧ ଆଗେ ସାପ ଖେଳା ।
ହଲେଇଲ ମୁଣ୍ଡ,
ଲାଗିଲ। ଜାତିକୁ
କରିବାକୁ ଖଣ୍ଡ ଖଣ୍ଡ
ତୁମର ଉଭା
ଏ ରୂପ ପ୍ରଚଣ୍ଡ ।
ଲାଗିଲା ଆମକୁ,
ଆଉ ଡେରି ନାହିଁ,
ଭୁଷୁଡିଯିବ ମଂଚ,
ଆଉ ମରିବ କଂସ ।
This poem has not been translated into any other language yet.
I would like to translate this poem