କୋଳିଗଛ Poem by Gajanan Mishra

Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India

କୋଳିଗଛ

Rating: 5.0

ହୃଦୟ
ଗଜାନନ ମିଶ୍ର

ଜାମୁକୋଳି ଗଛରେ
ହୃଦୟ ନ ରହିବ ତ
ଆଉ ରହିବ କୋଉଠି?
ଏ ଯାଏ ମୁଁ
ହୋଇ ନି ସ୍ପଷ୍ଟ।

ମାଙ୍କଡ ହୋଇପାରେ
ବଦମାସ ଆଉ ଚାଲାକ
କିନ୍ତୁ ସେ କହିଥିବ ମିଛ
ଏ ଯାଏ ହେଉ ନି ବିଶ୍ବାସ ।
ଯାହା ହେଲେ ବି
ସତମିଛ ପରଖିବାକୁ
କୁମ୍ଭୀର ଆଉ ଦେଖିଲା କେବେ
ବାହାର ଦୁନିଆଁ!

ହୃଦୟ ସହିତ ଅଛି
ପ୍ରେମର ସଂପର୍କ
ମୁଁ ମାନିବାକୁ ନୁହଁ ତୟାର
ସେହିଦିନଠାରୁଯୋଉଦିନ
ମୋ ପତ୍ନୀର ଭାଉଜ ଜୟନ୍ତୀ
କହି ପକେଇଲା, ମାମି
ତୁମର ନାଇଁ ହୃଦୟ!

ଆରେ, ହୃଦୟ ଦିଆନିଆ
କିଏ ହୋଇଛି କେବେ
କାହା ସହିତ ସେମିତି
ଏ ଯାଏ ମିଳି ନି ପ୍ରମାଣ।
ମିଠା କୋଳି ଖାଇଛି ଯିଏ
ହୃଦୟ ମିଠା ତାହାର
ଏମିତି ବି ଜମାରୁ ନୁହଁ
ଏଇଟା କଣ କୁମ୍ଭୀରକୁ
ନ ଥିଲା ଜଣା!

କେଜାଣି!
ପୁଣି କୋଉଥିପାଇଁ
ଜମାଟା ଯାକ
କୋଳିଗଛ ଉପରକୁ
ଅନେଇ ରହନ୍ତି ଏ ଯାଏ,
ଆଉ ମୁହଁଲୁଚା ଦେଇ
ପୁଣି ପଶି ଯାଆନ୍ତି ପାଣିକି
ଧରା ପଡିଯିବାର ଭୟରେ!

ତପୋବନ, ଟିଟିଲାଗଡ, ବଲାଙ୍ଗିର
10/11/2019

Saturday, November 9, 2019
Topic(s) of this poem: love and life
POET'S NOTES ABOUT THE POEM
Language - odia,script - brahmi
COMMENTS OF THE POEM
Tapaswini dash 10 November 2019

Love tree- life, let us see

0 0 Reply
READ THIS POEM IN OTHER LANGUAGES
Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Close
Error Success