ଆଜିର ସକାଳ
ମତେ ଡାକେ
ଆଉ ମୁଁ ଯାଏଁ
ଭସା ବାଦଲ ହୋଇ
ସ୍ଥାନ କାଳ ପାତ୍ର
ରୂପ ରେଖ ସବୁ
ବଦଳାଇ ବଦଳାଇ ।
କୁଆଡେ ଯାଏଁ?
ମତେ ନାହିଁ ଜଣା ।
ମୁଁ କି ବାଟ ବଣା!
ନା ତ!
ଏଇ ତ ବାଟ ଗୋଟିଏ ।
ମୁଁ କହେଁ ମତେ ।
ତେବେ, ମୁଁ କୋଉଠି ଏବେ?
This poem has not been translated into any other language yet.
I would like to translate this poem