କହୁଛି ମୁଁ
ଏଇ କ୍ଷେତ୍ରରୁ।
ଶୁଣ ସମସ୍ତେ ।
ଯୁଦ୍ଧରେ ପାଣି
ଆଉ ଦରକାର ପଡିଲେ
ପବନ ବି ବନ୍ଦ ହୋଇପାରେ ।
ଯେ କୌଣସି
ଅଘଟଣ ପାଇଁ
ପ୍ରସ୍ତୁତ ଥାଅ ସମସ୍ତେ ।
କହୁଛି ମୁଁ
ଆଉ ଯାହା କହୁଛି
ଦରକାରବେଳେ ଲଗାଇବ କାମରେ ।
ଯୁଦ୍ଧ ଯେ ଚାଲିଛି
ଆଉ ଚାଲିଥିବ ବି
ବଂଚିଥିଲାଯାକେ, ବୁଝିବିଚାରି
କାର୍ଯ୍ୟ କରୁଥାଅ ସବୁବେଳେ ।
ଯୁଦ୍ଧ ଯୁଦ୍ଧ କହି କିନ୍ତୁ
ଶାନ୍ତିକୁ କର ନି ହାତଛଡା କେତେବେଳେ ।
This poem has not been translated into any other language yet.
I would like to translate this poem