ଗୁରୁ ଦିବସ
ଗଜାନନ ମିଶ୍ର
କିଏ କାହାର ଗୁରୁ?
କିଏ ବା ନୁହଁ କାହାର ଗୁରୁ?
ହେଲା କେମିତି କିଏ ଗୁରୁ?
ଥିଲା କୋଉଠି ଗୁ ଆଉ ରୁ?
ଆଉ ପୁଣି ଆସିଲା କୁଆଡୁ?
କଣ ମିଳିଲା ଏତେ ପ୍ରଶ୍ନରୁ?
କିଏ ପୁଣି କୁଆଡେ ଗଲା
କେତେବେଳେ କୋଉଥିପାଇଁ
କେମିତି ଭାବରେ ଏଠାରୁ?
ଥିଲା ଲୋକ କହିଲା, ନାଇଁ ଜଣା କିଛି,
ନ ଥିଲା ବାଲା ଜାଣନ୍ତା ବା କେମିତି!
ଉଡିଲା ପବନ, ଆଉ ଉଡିଲା
ପବନ ସାଥୀରେ ପାଣି।
ପଦଟିଏ ଶବ୍ଦ ନ କହିଛି ନୁହେଁ,
ଶବ୍ଦସବୁ ପୁଣି କୁଆଡୁ ଆସି
କୁଆଡେ ଯାଏ କିଏ ଜାଣେ!
ଧେତ୍ ତେରିକି! ଏତେ ଗୋଲକଧନ୍ଧାରେ
ପଶିବା ମାନେ ଫଶିବା ନିଜର
କୁହୁଡିଆ ମାୟାଜାଲରେ।
ସିଧାସଳଖକୁ ବଙ୍କା କହି
ପୁଣି କିଏ ଆଣିଲାଣି ଟାଙ୍ଗିଆ ଶାବଳ
କୁରାଢୀ ଆଉ କଣ କଣ, ଦେଖୁନ!
କଣ ଜଣା ମତେ ସବୁ ସବୁ
ହାତହତିଆରର ନାମ?
ପାରିଲା ଯିଏ ଯାହା ଚଳେଇନେଲା
ସଂସାର ଗୁଜୁରାଣ କାମ।
ଆଉ କହିଲା ହେଇ ପଡୋଶୀଘରୁ
ଆସିଲା ଆବାଜ ଶୋରିଷଫୁଟା ।
ଆମର ହେଲେ କି କମି?
ହଁ ଯେ, ଗୁରୁ ପାଠରେ କଣ
ଏ ସବୁ ନାଇଁ? ଆଜ ଦିନକୁ
ଅପେକ୍ଷା କଣ ପାଇଁ?
ବେକାର ତ ହେଉ ନି ଆଗଭଳି
ଆଉ କହି। ନିଅ, ନିଅ ପହିଲେ
ଚକଲେଟ ହେଡଦିଦି ହାତରୁ।
ହେଡଦିଦି ହାତର ଚକେଲେଟ ନା
ମିଳେ ନି ହରଦିନ।
ଗୁରୁ ଗୁରୁମା ସଂଜ୍ଞା ପା'
ଗଲାଣି କେବଠୁ କେତେମତେ
କୁଆଡକୁ ବଦଳି ଯେ ଯାହାର
ସୁବିଧାରେ ଦେଲେଣି କରି
କେତେ ସଂସ୍କରଣ କେତେ ସଂପାଦନ!
ତପୋବନ, ଟିଟିଲାଗଡ, ବଲାଙ୍ଗିର
5/9/2019
This poem has not been translated into any other language yet.
I would like to translate this poem
Guru Brahma guru Bushy guru Deva Mageswara