ପୁସ୍ତକର ବେଦନା (Odia Poem) Poem by Jhadeswar Khanda

ପୁସ୍ତକର ବେଦନା (Odia Poem)

Rating: 5.0

ଅବହେଳିତ ମୁଁ ଲାଞ୍ଛିତ ମୁଁ
ଏଇ ଧରା ପୃଷ୍ଠରେ,
ମଲି କି ବଞ୍ଚିଲି ନ ପଚାରି କେହି
କାହିଁକି ଦଉଚ କଷ୍ଟରେ । ।
ପୂର୍ବରୁ ଥିଲି ମୁହିଁ ତାଳ ଆଉ
ଭୁର୍ଜ ପତ୍ରରେ,
ଏବେ ଅଛି ମୁହିଁ ଲାଞ୍ଛିତ ହୋଇ
ଇଣ୍ଟରନେଟ ଗର୍ଭରେ ।।
କାହିଁକି ଦଉଚ ଭାଇ ମୋତେ
ଏତେ ବଡ଼ କଷ୍ଟ,
ଅଧିକାଂଶ ମୋର ଜାତି ଭାଇ
ହେଲେଣି ବିନଷ୍ଟ ।।
ଖୋଜିଲେ ମିଳୁନି ଓଡ଼ିଶାରେ ଆଉ
ପୂରୁଣାକାଳିଆ ବହି,
ବିକ୍ରି ନ ହେବାରୁ କ୍ଷତି ହେଲା ବୋଲି
'ପ୍ରକାଶକ' ଦିଏ କହି ।।
ଅତୀତରେ ଥିଲେ ଜଣେ ମହର୍ଷି
ମହାନ ବ୍ୟାସଦେବ,
ଲେଖିଗଲେ ବେଦ, ପୁରାଣ, ଶାସ୍ତ୍ର
ତାଙ୍କ ସରି କିଏ ହବ?
ଏହା ଥିଲା ମୋର ବାଲ୍ୟକାଳ
ମୁନି ଋଷିଙ୍କ ମେଳରେ,
ନାନା ଶାସ୍ତ୍ର ଆଉ ପୁରାଣ ଧରି
ଖେଳୁଥିଲି ନାନା ଖେଳରେ ।।
ଆସିଲା ଯୌବନ ଉଚ୍ଛନ୍ନ ମନ
ରଚିତ କାମ ଶାସ୍ତ୍ର,
ଚତୁର୍ଦ୍ଦିଗେ ମୁହିଁ ବିସ୍ତାରିତ ହେଲି
ଧାରଣ କରି ଅସ୍ତ୍ର ।।
କାମନାରୁ କଷ୍ଟ, କଷ୍ଟରୁ ସୃଷ୍ଟି ଯେ
ହୋଇଲା ଆୟୁର୍ବେଦ,
ପ୍ରାଣୀ ସୁସ୍ଥ ପାଇଁ ବର୍ଣ୍ଣିତ ଥିଲା
ମୋ ଦେହେ ନାନା ଔଷଧ ।।
ଏବେ କିନ୍ତୁ ଆଉ ପଚାରୁନ ମୋତେ
ପାଇ ଯାଇ ଇଣ୍ଟରନେଟ,
ବହିରୁ କେବଳ ପଢ଼ିବ ଯାହା
ଭିଡିଓ କରୁଛି ନାଟ ।।
ଦିଅନାହିଁ ମୋତେ ଏତେ କଷ୍ଟ ଭାଇ,
ଆଉ ସହି ହେଉ ନାହିଁ,
ଯଦି ମୁଁ ହୋଇବି ଲୁପ୍ତ ଏ ଧରାରୁ
ତୁମ ସଂସ୍କୃତି ରହିବ ନାହିଁ ।।
ଇଣ୍ଟରନେଟରେ ତ ପାଶ୍ଚାତ୍ୟ ସଂସ୍କୃତି
ଅଟଇ ଅର୍ଦ୍ଧ ନଗ୍ନ,
ସେ ସବୁ ଦେଖି ମୋତେ ଭୁଲିଯାଇ
କରୁଛ ଐତିହ ଭଗ୍ନ ।।
ଫେରିଆସ ଭାଇ ଡିଜିଟାଲ ଯୁଗରୁ
ସୋସିଆଲ ମିଡିଆ ତ୍ୟାଗୀ,
କାନ୍ଦୁଥିବ ଯେବେ ହୋଇବ ପତନ
କେହି ନ ଥିବେ ଭାଗୀ ।।
ମୋ ପତନର କାରଣ ନୁହଁଇ କେବଳ
ଡିଜିଟାଲ ଆଉ ନେଟ,
ଏଥିପାଇଁ ଦାୟୀ ଲେଖକ, ପାଠକ
ଆଉ ପାଠାଗାର ଗେଟ ।।
ଆମ ଦେଶରେ ସର୍ବବୃହତ ପାଠାଗାର
ଅଛି କଲିକତାରେ,
କିନ୍ତୁ ଓଡ଼ିଶା ମାଟିରେ ପାଠାଗାରାଳୟ
ଟେକାଉ ନାହାନ୍ତି ମଥାରେ ।।
ବଙ୍ଗଳା ଭାଷାରେ ରଚିତ ଯେତେ ବହି
ସେଇଠି ଅଛି,
ଓଡ଼ିଆ ଭାଷାର ସୁନ୍ଦର ବହି
କେଉଁ କୋଣେ ପଡ଼ିଅଛି?
ଭାଷା ବିନା ଜନ ଚଳିପାରିବନି
ବୁଡ଼ିବ ତାହାରି ଭେଳା,
ବେଳ ଥାଉ ଥାଉ ସୁଧୁରି ଯାଅରେ
ନ କରି ଅବହେଳା ।।
ମୁହିଁ ଥିଲି ବ୍ରହ୍ମଗୁପ୍ତଙ୍କ ଗଣିତ ବିଦ୍ୟାର
ଦିବ୍ୟ ମୂକସାକ୍ଷୀ,
ଉଜ୍ଜୟିନୀ ଦେଶର 'କାଙ୍କ' ବ୍ୟକ୍ତି
ତାକୁ ଦେଲା ବିକି ।।
ପାଇଁ ସେ ପୁସ୍ତକ ବାଗଦାଦର ରାଜା
ଶିଖିଲେ ବୀଜଗଣିତ,
ତାଙ୍କଠାରୁ ଶିଖି ଇଉରୋପର ବ୍ୟକ୍ତି
ହେଲେ ଗଣିତରେ ପଣ୍ଡିତ
ମୁହିଁ ଅଟେ ତୁମ୍ଭ ବନ୍ଧୁ, ବାନ୍ଧବୀ
ଅଟଇ ତୁମରି ସଖା,
ପ୍ରତିଦିନ ଗୋଟେ ପୃଷ୍ଠା ଓଲଟାଇ
ମୋ ସହ କର ଦେଖା ।।
ଘନିଷ୍ଠ ବନ୍ଧୁ ଦେଇପାରେ ଦିନେ ନା ଦିନେ
ତୁମକୁ ଯେ ଠକି,
ଜଦି ମୁଁ ଥିବି ତୁମ ପାଖେ ଭାଇ
ପାଇବ ରାସ୍ତା ମୋତେ ଦେଖି ।।
ବେଳ ଅଛି ଏବେ ଫେରିଆସ
ଆଉ ମୋତେ ପଢ଼,
ଯଦି ଶିଖିବ ଭଲ ବୁଦ୍ଧି ଭାଇ
ସୋସିଆଲ ମିଡିଆ ଛାଡ଼।।

Saturday, August 28, 2021
Topic(s) of this poem: sad,book
COMMENTS OF THE POEM
Dr Dillip K Swain 28 August 2021

A beautiful poem with philosophical depth... appreciated.

1 0 Reply
READ THIS POEM IN OTHER LANGUAGES
Jhadeswar Khanda

Jhadeswar Khanda

Sartha, Balasore
Close
Error Success