ନା ପଢି ପାରୁ ନି No I Am Not Able To Read Poem by Gajanan Mishra

Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India

ନା ପଢି ପାରୁ ନି No I Am Not Able To Read

Rating: 5.0

ଏଠିକାର ଏ ଶିଳାଲେଖ
ଗଜାନନ ମିଶ୍ର

ନା, ପଢି ପାରୁ ନି
କି ପଢିଲେ ବି
ପାରୁ ନି ବୁଝି
ଏଠିକାର ଏ ଶିଳାଲେଖ।

ମୋ ଆଖିର
ଦୃଷ୍ଟି ଶକ୍ତି କେତେ
ପାରୁ ନି କହି।
ତଳ ଉପର ହୋଇ
ଯାଇ ପାରୁ ନି ଦୂର
ପାରୁ ନି ଡେଇଁ
ଅନ୍ଧାର ଘେର।

ଜାଣେ ଅବଶ୍ୟ
ଏଇଟା ମୋର ଇ
ପବିତ୍ର ନଗର।
ଆଉ ଏଠି
ସବୁଠୁ ଆଶ୍ଚର୍ଯ୍ୟ
ମୁଁ ନୁହଁ ମୋର।

କିଏ କଣ ପଚାରୁଛି
ଯାଏ ଆସେ ନା ସେଥିରେ
କାହାର କିଛି।
ପ୍ରକାର ପ୍ରକାର କଥାବାର୍ତ୍ତାରେ
ଫିଟେ ଯଦିଓ
ପ୍ରକାର ପ୍ରକାର ଦିଗ।

ବାମ ଡାହାଣ ହେଉ ହେଉ
ମୁଁ ନିଜେ ଇ
ରଖି ଦେଇ ମଝିରେ
ଶିଳାଲେଖର ବିଷୟ
ଚାଲିଯାଏଁ କାହିଁ କୋଉଠୁ
କାହିଁ କେତେ ଦୂର।

ତପୋବନ, ଟିଟିଲାଗଡ, ବଲାଙ୍ଗୀର
21/01/2021

Thursday, January 21, 2021
Topic(s) of this poem: life
COMMENTS OF THE POEM
Roxanne Dubarry 13 February 2021

It is a beautiful sacrificial love poem, in which the poet, is willing to sacrifice its earthly live. All for the sake of love!

0 0 Reply
READ THIS POEM IN OTHER LANGUAGES
Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Close
Error Success