ମାମୁଁ
ଗଜାନନ ମିଶ୍ର
ମାମୁଁ କହିଲେ ଆସେ
ବାଘମାମୁଁ ରକ୍ତମୁହାଁ,
ମାମୁଁ କହିଲେ ଆସେ
କଂସମାମୁଁ ଦର୍ପଣଶୀଳା,
ମାମୁଁ କହିଲେ ଆସେ
ଶକୁନିମାମୁଁ ବଂଶମରା,
ମାମୁଁ କହିଲେ ଆସେ
ଜହ୍ନମାମୁଁ ଜୀବନହରା,
ମାମୁଁ ମାମୁଁ ମାମୁଁ,
ଯେତେ ରୋମାଂଚିଆ
ସେତେ ବିପଦିଆ।
ମାମୁଁ-ଭଣଜା ଏକାଠି ଥିଲେ
ଘଡଘଡି ବିଜୁଳି ବି
ନ ସହେ ପରା!
ତପୋବନ, ଟିଟିଲାଗଡ, ବଲାଙ୍ଗିର
26/4/2019
ଇସ୍ପାତ ଟ୍ରେନରେ, ଝାରସୁଗୁଡା।
This poem has not been translated into any other language yet.
I would like to translate this poem