ଜୀବନ Life Poem by Gajanan Mishra

Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India

ଜୀବନ Life

Rating: 5.0

ବେତାଳ ପ୍ରଶ୍ନ
ଗଜାନନ ମିଶ୍ର


1

ରୋମାଂଚକର,
ମନକୁ ମୁଗ୍ଧ କରେ।
ଥାଏ, ସବୁ ସବୁ
ପ୍ରଶ୍ନର ଉତ୍ତର।
ଉତ୍ତର ମିଳିଲେ
ବେତାଳ ଖସିଯାଏ
ଖସି ଯାଉଥାଏ ।

ପ୍ରଶ୍ନସବୁ
ଥାଆନ୍ତୁ ନିଜ ନିଜ ଜାଗାରେ,
ମାଟି ଦୁଲୁକୁ ଥାଉ
ପାଣି ପବନର ଲୁହ ଗଡୁଥାଉ
କଂସର ରାଜୁତିରେ।
ଟଣାଓଟରା ଚାଲିଥାଉ
ଦେହର ବସ୍ତ୍ର,
ବିଚ୍ ବଜାରରେ
କୁରୁସଭାରେ।
ଫାଏଦା ନେବାର ଅଛି ତ
ନେଉଥାନ୍ତୁ ଭାଟଗଣ
ଯୁଆଡୁ ଯେମିତି।

ରାତି ବଢେ,
ବଢୁଥାଉ ରାତି।
ସୁ ସୁ ପବନ ବହୁଥାଉ।
ବାତ୍ୟା ବର୍ଷା
କରୁଥାଉ କ୍ଷତି।

କବିକୁ ପ୍ରଶ୍ନ,
କବିଠି ପ୍ରଶ୍ନ,
ଆଉ ଆଉ ସବୁ
ପ୍ରଶ୍ନର ଉତ୍ତର,
ଆଉ ଖୋଦ ପ୍ରଶ୍ନ
କବି ପାଇଁ
ସବୁ ଶୂନ୍ୟ, ଶୂନ୍ୟ
ମହାଶୂନ୍ୟ।

2

ସର୍ବଜନ ହିତାୟ
ସର୍ବଜନ ସୁଖାୟ
ଜୟ ଶ୍ରୀ ରାମ।

ବୁଦ୍ଧିହୀନ ପାଉ ବୁଦ୍ଧି,
ଜ୍ଞାନହୀନ ପାଉ ଜ୍ଞାନ,
ଅଜ୍ଞାନକୁ କ୍ଷମ।

ଦେଖୁଛି କଣ
ଆଜ ଦିନ!

ଏ ସଚରାଚର
ଗୋଟେ ତପୋବନ,
ଝଲସୁଛି ଏଠି
ରଙ୍ଗୀନ ଆଲୁଅରେ
ସମଗ୍ର ଜୀବନ।

ଆସ, ସଭିଏଁ ଆସ,
କର ଏଠି ଅମୃତ ପାନ।
ସମସ୍ତଙ୍କ ପାଇଁ
ଏଠି ପଡିଛି ଆସନ,
ଆନନ୍ଦରେ ବସ,
ଶାନ୍ତିର ନିଶ୍ୱାସ ନିଅ
ଆଉ ଦେଖ
ସମସ୍ତେ ପୂର୍ଣ୍ଣ
ପୂର୍ଣ୍ଣ ପୂର୍ଣ୍ଣ ।

ଆଉ ପଚାର ନା
କଉଣସି ପ୍ରଶ୍ନ,
ଫାଟିବାର ନାଇଁ ଛାତି
ପଳାଇବାର ନାଇଁ ବେତାଳ,
ସଭିଏଁ ମାତୁଥାନ୍ତୁ
ଚାଲିଥାଉ ଗୀତ ନାଚ ଖେଳ
ପ୍ରଦର୍ଶନ ଅନୁଷ୍ଠାନ
ଅନୁଭବରେ ଆସୁଥାଉ
ଏ ଜୀବନ କେତେ ମହାନ ।

ତପୋବନ, ଟିଟିଲାଗଡ, ବଲାଙ୍ଗିର
31/5/2019

Friday, May 31, 2019
Topic(s) of this poem: life
POET'S NOTES ABOUT THE POEM
Language - odia, odia is the official language of odisha india, script- brahmi, it is about life here.
COMMENTS OF THE POEM
Dr Dillip K Swain 31 May 2019

ପ୍ରଶ୍ନସବୁ ଥାଆନ୍ତୁ ନିଜ ନିଜ ଜାଗାରେ, ମାଟି ଦୁଲୁକୁ ଥାଉ ପାଣି ପବନର ଲୁହ ଗଡୁଥାଉ କଂସର ରାଜୁତିରେ। Sparkling poetic expression! A brilliant work...........................10

0 0 Reply
Gajanan Mishra 31 May 2019

Life is a store house of peace and joy

0 0 Reply
READ THIS POEM IN OTHER LANGUAGES
Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Close
Error Success