ପାରା କହୁଛି ମତେ ରଖ ଶିକାରୀ କବଳରୁ,
ରଖ ମୋ ଛୁଆଙ୍କୁ ବିଲେଇ ସାପ ମୁହଁରୁ।
ଘାସ କହୁଛି ମତେ ଖାଆନ୍ତୁ ପଛେ ଗାଈ ବଳଦ ଛେଳି
ମାଟିଠୁ କର ନା ମତେ ଅଲଗା, ଦିଅନା ଉପାଡି,
ପକାଇ ଦିଅ ନା ମତେ ଅଗ୍ନିରେ।
ପଥର ବି କହୁଛି ଥାଏଁ ମୁଁ ଅଚଳ ପଛେ
ମୋ ଉପରେ ଥାଉ ଦୟା ନ ହେଲେ ଘଡଘଡି ବିଜୁଳିମାଡରେ
ବଦଳିଯିବ ମୋର ନାଡି ନକ୍ସା।
ଏ ଡିବିରି ଆଲୁଅ ଜଳୁଥାଉ ମୋର ଏ ଘରେ
ଆଉ ମୁଁ ଦେଖୁଥାଏଁ ତୁମକୁ।
ଯାହା ଆଉ ହେଉ ନ ହେଉ ଥାଅ ତୂମେ
ନ ଛାଡ କାହାକୁ।
This poem has not been translated into any other language yet.
I would like to translate this poem
All creatures are equal