ପୃଥିବୀ ଭୟରେ In Fear The World Poem by Gajanan Mishra

Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India

ପୃଥିବୀ ଭୟରେ In Fear The World

Rating: 5.0

କାହାର ଅଭିଶାପ?
ଗଜାନନ ମିଶ୍ର

କାହାର ଅଭିଶାପ?
କୁଆଡେ ହଜୁଛି ଶୋଭା?
ନାଇଁ ଆଉ ପ୍ରଭାବ!

ନା ନା ନା
ଦୁଃଖ ନ କର ବାବା!
ବଦଳିବାକୁ ଅଛି ସବୁ
ଆଉ ବଦଳିବାବେଳେ
ହୁଏ ଏମିତି।

ଲାଭଲୋଭ ଛାଡି
ଥାଅ କିଛି ବେଳ ଆହୁରି।
ଚିନ୍ତା କର ନା
ଥାଅ ଦୃଢ ସତ୍ୟରେ,
ବୁଡିବ ନି କିଛି
ଉଡିବ ନି କିଛି
ନିଆଁ ବି
ପାରିବ ନି ପୋଡି
କେବେ କିଛି ଏଇଠି।

ନିର୍ମାଲ୍ୟରେ ଥାଅ,
ଥାଅ ଏକାନ୍ତବାସରେ।
ସକଳ ପାସୋରି ଥାଅ
ଦେହର ସମୟର
ପରମ ଗୁମ୍ଫାରେ
ନିଜର ଇ ପୁରେ।

ଯେତେ ହାତ ଯେତେ ଗୋଡ
ଯେତେ ଆଖି ଯେତେ ପାଟି
ଯେତେ ଯାହା ଥାଉ
ଯେତେ ଯୁଆଡେ ବୁଲୁ
ଯେତେ ମଣିଷ ଖାଉ
ଯିଏ ଭଲ ସିଏ ରହିବ ଇ ରହିବ।

ଘରେ ଘରେ ହାଳହୁଳି
ଘରେ ଘରେ ରହ ସଭିଏଁ
ତାଟିକବାଟ କିଳି
କୋଉଠିକୁ ପଳାଇ
ରହିବ ବା କୋଉଠି!
ଏଣେ ଚାହଁ ତେଣେ ଚାହଁ
ଭୟ ଚିନ୍ତା କରୁଛି ରାଜୁତି।
କେତେବେଳେ କାହାର
ହେଉଛି ଇତି।

କେମନ୍ତ କିଏ?
କିଏ କାହାକୁ ଦେଖିଲା
କାହାଠି ମିଶିଲା
କାହାକୁ ଧଇଲା
କାହାକୁ ଖାଇଲା
କାହାକୁ କିଏ ଜାଣିଲା
ରାତି ପରେ ରାତି ଆସିଲା! !

ମାୟା ମାୟା ମାୟା! ! !

ମାୟା ଭିତରେ
କିଏ କାହାକୁ ଖୋଜୁଛି
କିଏ କାହାକୁ କେତେ ମାରୁଛି
ସାରା ପୃଥିବୀ ତଥାପି ଭୟରେ!

ସତ୍ୟ ଦର୍ଶନ କର ହେ ମଣିଷ
ହୁଅ ନି ବିରସ ହୁଅ ନି ନାଶ।

ତପୋବନ,ଟିଟିଲାଗଡ, ବଲାଙ୍ଗୀର
12/04/2020

Sunday, April 12, 2020
Topic(s) of this poem: life
COMMENTS OF THE POEM
READ THIS POEM IN OTHER LANGUAGES
Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Close
Error Success