ବେଙ୍ଗ ଓ ସାପ
ଗଜାନନ ମିଶ୍ର
ସାଙ୍ଗ,
ଆ ଖାଇବା ଭାଙ୍ଗ!
ସାପକୁ କହିଲା ବେଙ୍ଗ।
ନାଇଁ ନାନୀ ନାଇଁ,
ଜିଭ ଲମ୍ୱାଇ କହିଲା ସାପ
ସେ ସବୁ ପାପ।
କିଏ କାହାକୁ ରଖିବ
କାହା କବଜାରେ
ଚାଲିଛି କୋଉକାଳୁ
କେତେକଣ ଏ ଘରେ।
ୟେ କି ଘର ବା'
ଯେ ଯାହାର ଚଉଦ ପା'।
ଥରେ ବାହାରକୁ ଗଲେ ଏ ଘରୁ
ଥାଏ କି ଆଉ କଣ ପଚାରିବାକୁ!
ତପୋବନ, ଟିଟିଲାଗଡ, ବଲାଙ୍ଗିର
12/02/2020
This poem has not been translated into any other language yet.
I would like to translate this poem
Life is struggling always here