ବାପା,ତୁମେ ପାଖେ ଥିଲେ Father, When You Are Near Poem by Gajanan Mishra

Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India

ବାପା,ତୁମେ ପାଖେ ଥିଲେ Father, When You Are Near

Rating: 5.0

1

ବାପା, ପରଦା ପଡେ
ଠିକ୍ ସମୟରେ,
କହିଛ ଠିକ୍ ।

ଆମେ ଏଠି ସ୍ୱପ୍ନ ପରି
ଠିଆ ।
ଏ ପୃଥିବୀରେ ନ ଥାଏ
ଜନ୍ମ ଜାତକ ଫିଟା ।
ତଥାପି ନୂଆ ରଙ୍ଗଢଙ୍ଗରେ
ଯେ ଯାହାର ଯାଉଥାନ୍ତି ଯୁଆଡେ
କରନ୍ତି ଇଚ୍ଛା ।

କିନ୍ତୁ ଥାଏ ଉତ୍ତମ ବୁଝାମଣା
ଆଉ ଥାଏ ବିଶ୍ୱାସ ।
ଆସ୍ଥା ଆଉ ବିଶ୍ୱାସ ବଳରେ
ଗଣା ଚାଲିଥାଏ ନଈବାଲି ।

ମୁଁ ମୋର ଚାଲିଛି ବାପା,
ତୁମ ନାଁ ଧରି ଧରି ବାଟସାରା ।
ତୁମେ ହିଁ ମୋର ପ୍ରତ୍ୟକ୍ଷ ଦେବତା ।
ତୁମେ ପାଖେ ଥିଲେ
ମୁଁ ଥାଏଁ ଅଚିନ୍ତା,
ତୃପ୍ତ ଥାଏ ମୋର ଆତ୍ମା ।

2.

ବାପା, କଣ କଣ ଥିଲା
ଏବେ ନାଇଁ ଆଉ କିଛି।
ସ୍ୱପ୍ନ ସବୁ ପଛରେ।
ପ୍ରଶ୍ନ ଆଉ ଉତ୍ତର
ସବୁ ମାୟା।
ସବୁ ବାଲି ଗରଡା,
ସବୁ ଅନ୍ଧାରି ଇଲାକା।
ଘାସ ଗଛର ସବୁ
ରହସ୍ୟ ଇଲାକା।

3.

ବାପା, ହରେକ ରଙ୍ଗ ଭିତରେ
ଖୋଜୁଥାଏଁ ମୁଁ ତୁମକୁ
କିନ୍ତୁ ଥାଅ ତୁମେ
ସବୁ ରଙ୍ଗର ଉପରେ ।

ଉପରେ ଥାଅ ଆକାଶ ହୋଇ,
ସବୁ ସଂପର୍କ ଭିତରେ ଥାଅ
ବୁଝି ନ ପାରି ଆମେ
ହେଲାବେଳେ ଧନ୍ଦି ।

ତୁମକୁ ଚାହିଁ ଭୁଲିଯାଉଁ
ଦୁଃଖ ଶୋକ ହାହାକାର ସବୁ ।

ଆଶା ଫୁଟୁଥାଏ ଶୂନ୍ୟରେ ଆମର ।
ତୁମର କଥାରେ ମୁକୁଳୁ ଥାଏ ବାଟ ।
ଅଗଣା ପୂରି ଉଠୁଥାଏ ।
ମାଟି ଦୁଲୁକୁଥାଏ ପବିତ୍ର ହୋଇ ।
ବିଶ୍ୱାସର ରାସ୍ତାରେ ପଡୁଥାଏ ଫୁଲ ସଫଳତାର ।

ଉତ୍ତର ଦକ୍ଷିଣ ମାପି ସିଧା ଯିବାକୁ ହେଉଥାଏ
ସମାଧାନର ସୂତ୍ର ଧରି ଜୀବନର ।

4.

ବାପା, ବୁଲିବୁ ଆମେ ଜଗତ
ଆଉ ଜାଣିବୁ କୋଉଠି କଣ
ସମୟ, ସତ୍ୟ ପ୍ରେମର
ଗୀତ ଗାଇ ଗାଇ ।

ଆକାଶ ଆକାଶ ଡେଇଁ
ପୌରୁଷ ଦେଖେଇଲାବେଳେ
ତୁମ ତୃପ୍ତିହସ ଦିଏ ଟିକିଏ ଖୁସି ।

ତୁମ ଶବ୍ଦହୀନ ମୁହଁ
ଜଣାଇଦିଏ ଯାହା
ସେଥିରେ ଇ ଥାଏ
ସ୍ୱର୍ଗ ସୁଖ ମୋର ।

ଏଇ ତ ଐଶ୍ୱର୍ଯ୍ୟ ବାପା ।

5.

ବାପା, ମୁଁ ତୁମର,
କେବଳ ତୁମର ।
ଯେମିତି ଥିଲି
ଅଛି ସେମିତି ।

ମୋର ଆଉ ତୁମ ଭିତରେ
ଆଉ ନାହିଁ କେହି ମଝିରେ ।
କିଏ ରହନ୍ତା,
ରହନ୍ତା କେମିତି ବା?

ଏଇଟା ସତ,
ମୋର ନାହିଁ କିଛି ଆୟତ୍ତ ।
ତୁମେ ସତ୍ୟ ।
ତୁମେ ସ୍ପଷ୍ଟ ।
ତୁମେ ଉଜ୍ଜଳ ନକ୍ଷତ୍ର ।

ଯେତେ ନେଲେ ବି ତୁମଠୁ
ସରେ ନି କିଛି ତୁମଠି ।
ତୁମକୁ ମନେ ପକାଇ
ମୁଁ ଆଜି ଏଠି ବହୁତ ଶକ୍ତ ।

ଶତ୍ରୁସୈନ୍ୟ କରୁଛି ମଥାନତ ।
ବିଭୋର ମୁଁ ଲେଖି ଲେଖି
ତୁମ ନାମରେ
ତୁମ ଗୁଣଗ୍ରାମରେ
କବିତା ଗୀତ ।

ଆଉ ୟା ଭିତରେ
ସଭିଙ୍କୁ କରିନେଇଛି ମିତ୍ର ।

ଆଉ ଭାଗ୍ୟରେ ସଦା ସୂର୍ଯୋଦୟ ।

Wednesday, October 25, 2017
Topic(s) of this poem: father
POET'S NOTES ABOUT THE POEM
Father is the root, the star.
COMMENTS OF THE POEM
Gajanan Mishra 26 October 2017

Father, the sky, the seed of all fruits, all tress

0 0 Reply
READ THIS POEM IN OTHER LANGUAGES
Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Close
Error Success