1
ମାଟି ଥାଏ
ଥାଏ ପବନ
ଥାଏ ପାଣି।
ଧରିଥାଏ ଆକାଶ
ସବୁକୁ ଆଲୁଅର
କୁଲାରେ।
ତଳ ଉପର
ଆଉ ଉପର ତଳ।
କିଛି ନୁହଁ
ସରଳ ତରଳ
ନୁହଁ ସମତଳ।
ସେଇଠି ଜୀବନ
ହସଖୁସିର
ରୂପରେଖ ଶୂନ୍ଯ ସଂସାର।
2
ସବୁ ସରିଗଲା ପରେ
ଆଉ ଥାଏ କଣ?
କଣ ସରେ?
ଥାଏ କଣ କୋଉଠି?
ଦେହକୁ ଦେହ
ଲଗାଲଗି।
ଦେହରୁ ଦେହ
ବାହାରି ଯାଏ ବଦଳି।
ବଦଳ ଭିତରେ
ଏତେ ରଙ୍ଗ!
ରଙ୍ଗକୁ ରଙ୍ଗ
ମାଟି ଆଉ ଆକାଶ
ପବନ ଆଉ ପାଣି
ଆଲୁଅର ତରଙ୍ଗ।
This poem has not been translated into any other language yet.
I would like to translate this poem
ସବୁ ସରିଗଲା ପରେ ଆଉ ଥାଏ କଣ? କଣ ସରେ? ଥାଏ କଣ କୋଉଠି? ....a great philosophy is lying here. Beautiful poem on empty world has been astutely delineated. Thank you dear Mishra sir.