କଲିକତା ବସ ଉପରେ ଶୋଇ
ପହଂଚିଥିଲି ଜଗତସିଂହପୁର
ଆଉ ଜଗତସିଂହପୁରରୁ
ପହଂଚିଲି ଆମ ଗାଁରେ
ବିନା ପଇସାରେ!
କି ଅପୂର୍ବ ଅନୁଭୂତି!
ମେଘୁଆ ଆକାଶ, ଭସା ବାଦଲ,
ପକ୍ଷୀ ମାନଙ୍କ ଚାଇଁ ଚାଇଁ ଶବ୍ଦ
ସଙ୍ଗକୁ ଝାଉଁବଣରୁ ଭାସିଆସୁଥିଲା ସଁ-ସଁ ଶବ୍ଦ
ଆଉ ତା ସାଙ୍ଗକୁ ସୁଲୁସୁଲିଆ ପବନ
ଛୁଂଥିଲା ମୋ ମନ ପ୍ରାଣ!
ପହଂଚିଲି ବିନା ପଇସାରେ
ଆମ ଗାଁ ରେ!
ସେତେବେଳକୁ
ସ୍କୁଲ ଛୁଟିହେଇଯାଇଥିଲା,
ସୁନାପିଲାପରି ଘରକୁ ଫେରି,
ବସ୍ତାନି ଥୋଇଲି, ମୁଂହ କାନ ଧୋଇଲି
ଆଉ ବୋଉକୁ ଖାଇବାକୁ ମାଗିଲି!
ଭୋକ କରୁଚି, ଶୀଘ୍ର ଖାଇବାକୁ ଦେ!
ବୋଉ ବାଢ଼ିଦେଲା ଭାତ ସାଙ୍ଗକୁ
ଡାଲ୍ମା, ଅଲୁଚକଟା, ଶାଗ ଆଉ ବଡ଼ିଚୁରା!
ଖାଉଥିଲି, ବାପା ଆସି ପହଂଚି
ଖାଇବା ଅଧାରୁ ମୋ କାନକୁ ଧରି ପଚାରିଲେ
ହଇରେ, ଆଜି ସ୍କୁଲକୁ ତ ଯାଇନୁ,
କୁଆଡେ ଯାଇଥିଲୁ, କହ!
ବୋଉ ବଲବଲ ହେଇ
ମୋତେ ଚାହିଁଲା...
ବାପାଙ୍କୁ କହିଲା
ପିଲାଟାକୁ ଖାଇବା ଶେଷକରିବାକୁ ଦିଅ!
ପିଲାଦିନ!
Copyright @ Dillip K Swain
This poem has not been translated into any other language yet.
I would like to translate this poem