ପିଲାଦିନ ସରିଆସୁଥିଲା...
ବଦଳୁଥିଲି ମୁଁ,
ବଦଳୁଥିଲ ତୁମେ, ପତ୍ରର ରଙ୍ଗ,
ଫୁଲର ବାସ, ଘାସ ଗାଲିଚାର ରୂପ,
ଖସିପଡୁଥିଲା କଷି କାକୁଡ଼ିର ଫୁଲ,
ଢ଼ୋ-କିନା ଅଚାନକ ଖସିପଡୁଥିଲା
ଭୁଇଁକୁ ବୁଢା ତାଳ, ଝରିପଡ଼ୁଥିଲା
ମେଂଚା ମେଂଚା କୃଷ୍ଣଚୁଡା ଫୁଲ,
ସଜନା ଡାଳ ଓ ପତ୍ର!
ବଦଳୁଥିଲା ଏ ପ୍ରକୃତିର ରୂପ,
ମୋ ପାଖ ଓ ପରିବେଶ!
ଘଟିଯାଉଥିଲା
ଯେଉଁଠି, ଯେଉଁଆଡେ, ଯେତେବେଳେ
ଯାହା ଘଟିବାର ଥିଲା
ହାତ ପାପୁଲିରେ ମୁଠେଇକି
ଜାବୁଡି ଧରିପାରିନଥିଲି
ସେ ପିଲାଦିନ...
ପିଲାଦିନ!
Copyright @ Dillip K Swain
This poem has not been translated into any other language yet.
I would like to translate this poem