ପୂରି ରହିଛି ସବୁ
ଏ ମାଟିରେ,
ଏ ମାଟି ଦେହ,
ଆଉ ଏଇ ଭିତରେ
ସବୁ ସ୍ଥଳ ସାଗର
ସବୁ ଗ୍ରହ ନକ୍ଷତ୍ର
ସବୁ ନଦୀ ପର୍ବତ
ସବୁ ଆଲୁଅ
ସବୁ ଐଶ୍ୱର୍ଯ୍ୟ।
ଏ ଦେହ କିଛି ନୁହେଁ, ସତ।
କିନ୍ତୁ ସତ ବି ଏଇଟା
ଏ ଦେହ ନ ଥିଲେ
କିଛି ନାହିଁ କୋଉଠି।
ଏ ଦେହ ପାଇଁ
ସମସ୍ତଙ୍କର ସବୁ କରାମତି।
ଏ ଦେହ ପାଇଁ
ସବୁ ନଗର ଘର,
ଏ ଦେହ ପାଇଁ ଖାସ୍।
ଚିହ୍ନ ଭଲକରି ଏ ଦେହକୁ,
ରଖ ନା ଭୟ କିଛି ମନରେ।
ଆପଦବିପଦ ଅବଶ୍ୟ ଅଛି,
ଦେହର ମନ ସପନ
ସବୁକୁ ଲଂଘି ଯାଉଛି।
ମାଟି ସେମିତି ପଡିଛି
ନାନାଦି ରଙ୍ଗ ବୋଳି ହୋଇ।
ସବୁ ପ୍ରଶ୍ନ ସବୁ ଉତ୍ତର
ସବୁ କାର୍ଯ୍ୟ ସବୁ ସଂସାର
ସୁସ୍ଥ ଥିଲେ ଦେହ
ସବୁ ନିର୍ମଳ ସବୁ ଧୀର ସବୁ ସୁନ୍ଦର।
This poem has not been translated into any other language yet.
I would like to translate this poem