ଏକ ଅଜବ ସ୍ବପ୍ନ (A Peculiar Dream) Poem by Dr Dillip K Swain

ଏକ ଅଜବ ସ୍ବପ୍ନ (A Peculiar Dream)

Rating: 5.0

ଭୁଇନ୍ରୁ ଆକାଶକୁ ଛୁଟୁଚି ଧୁଆଂ
ଆଉ ମୁଁ ପାଲଟି ଯାଇଚି
ଧୁଆଂ ଆଉ ଧୁଆଂ ଭିତରେ
ମା ପଟରେଥିବା ଏକ
ଆଲୋକାଭିମୁଖୀ ଏକ ପ୍ରାଣୀ!

ମୋ ଚାରିଆଡ ଖାଲି ଧୁଆଂ
ଧୁଆଂ, ଆଉ ଧୁଆଂ!

ଦେଖି ପାରୁଛି
ନା ଉପର ନା ତଳ
ଅଟକି ଯାଇଚି କେଉଁ
ତ୍ରିସଂକୁ ରାଇଜରେ
ଏକ ଅଧା ସ୍ଵର୍ଗରେ!

ନା ଛୁଇଁ ପାରୁଚି ଆକାଶ
ନା ଦେଖି ପାରୁଚି ପୃଥିବୀର
କିଛି ଅଂଶ ବିଶେଷ!

ଚାରିଆଡେ ଖାଲି ଧୁଆଂ
ଧୁଆଂ, ଆଉ ଧୁଆଂ...


Copyright @ Dillip K Swain

COMMENTS OF THE POEM
READ THIS POEM IN OTHER LANGUAGES
Dr Dillip K Swain

Dr Dillip K Swain

Jamphar, Machhagaon
Close
Error Success