ତୁମକୁ ଭେଟିବା ପରେ-054 (Tumaku Bhetiba Pare-54/Odia Poem) Poem by Subhas Chandra Chakra

ତୁମକୁ ଭେଟିବା ପରେ-054 (Tumaku Bhetiba Pare-54/Odia Poem)

Rating: 5.0

ଫେରିବା ବାଟରେ ଆଜି
ହଠାତ ଲାଗିଲା-
ତୁମେ ମୋତେ ଖୁସୀ ଖୁସୀ
କହିନାହଁ ଯାଅ...

ଯେମିତିକା ଆଉ କିଛି
କହିଥାନ୍ତ ମୋତେ
ତା ଆଗରୁ ଅଚାନକ
ନେଲି ମୁଁ ବିଦାୟ....

ଆଗକୁ ମୁଁ ପାରିଲି ନି
ବଢି, ରହିଗଲି-
ଅଟକି ରାସ୍ତାରେ ସେଇ
ଅଳପ ଦୂର ରେ....

ଲାଗୁଥିଲା ବାର ବାର
ସତେ ଅବା ତୁମେ
ମୋ ଆଡକୁ ଅନାଉଛ
ଝରକା ସେପାରେ...

ବାରଂବାର ଲାଗୁଥିଲା
ତମେ ଯେମିତିକା,
ନୀଳ ପୋଷାକ ଭିତରେ
ଖୁବ ଏକା ଏକା...

ବାରଂବାର ଫେରିବାକୁ
ମନ ହେଉଥିଲା,
ତମ ବିନା ସବୁ କିଛି
ଶୁଖିଲା ଶୁଖିଲା....

ତମେ ନାହଁ ଯେ ରାସ୍ତା ରେ
ସେ ତ ନୁହେଁ ମୋର,
ତୁମ ଇଚ୍ଛା ନାହିଁ ବି ଯହିଁ ରେ
ମୋ ପାଇଁ ସେ ଜୀବନ ଜହର....

ତୁମକୁ ଭେଟିବା ପରେ-054 (Tumaku Bhetiba Pare-54/Odia Poem)
Wednesday, October 11, 2017
Topic(s) of this poem: desire,longing,love,love and friendship,love and life,meeting
COMMENTS OF THE POEM
Alina Kaikeyi 12 October 2017

ତମେ ନାହଁ ଯେ ରାସ୍ତା ରେ ସେ ତ ନୁହେଁ ମୋର, ତୁମ ଇଚ୍ଛା ନାହିଁ ବି ଯହିଁ ରେ ମୋ ପାଇଁ ସେ ଜୀବନ ଜହର.... Nice poem sir. 10++

6 0 Reply
Biswa Ranjan Nayak 12 October 2017

ବାରଂବାର ଫେରିବାକୁ ମନ ହେଉଥିଲା, ତମ ବିନା ସବୁ କିଛି ଶୁଖିଲା ଶୁଖିଲା.... Very nice poem. 10+++

4 0 Reply
Anuranjita Ghadei 25 November 2017

ତମେ ନାହଁ ଯେ ରାସ୍ତା ରେ ସେ ତ ନୁହେଁ ମୋର, ତୁମ ଇଚ୍ଛା ନାହିଁ ବି ଯହିଁ ରେ ମୋ ପାଇଁ ସେ ଜୀବନ ଜହର.... Nice poem sir. 10++

0 0 Reply
Suratha Kumar Rout 16 October 2017

ବାରଂବାର ଫେରିବାକୁ ମନ ହେଉଥିଲା, ତମ ବିନା ସବୁ କିଛି ଶୁଖିଲା ଶୁଖିଲା.... Lovely write. 10++++

1 0 Reply
Sanjukta Sahoo 16 October 2017

Lovely poem shared. Thanks for the nice write.

1 0 Reply
Prativa Rani 13 October 2017

ତମେ ନାହଁ ଯେ ରାସ୍ତା ରେ ସେ ତ ନୁହେଁ ମୋର, ତୁମ ଇଚ୍ଛା ନାହିଁ ବି ଯହିଁ ରେ ମୋ ପାଇଁ ସେ ଜୀବନ ଜହର....lovely.10.

3 0 Reply
Lopamudra Kajolika 12 October 2017

ବାରଂବାର ଲାଗୁଥିଲା ତମେ ଯେମିତିକା, ନୀଳ ପୋଷାକ ଭିତରେ ଖୁବ ଏକା ଏକା... lovely stanza sir. 10+++

4 0 Reply
READ THIS POEM IN OTHER LANGUAGES
Subhas Chandra Chakra

Subhas Chandra Chakra

Sainkul, Anandapur, Odisha, India
Close
Error Success