ବରଫ
ଭିତରେ ଘର,
ଘର ଭିତରେ
ସୂର୍ଯ୍ୟ, ଆଉ
ସୂର୍ଯ୍ୟ ଭିତରେ
ମୁଁ ।
ମୋ ଭିତରେ
ତୁମେ ।
ତୁମେ କରୁଛ କଣ
ମୁଁ ଜାଣେ ।
ତୁମେ ଆଉ ମୁଁ,
ବରଫ ଆଉ ସୂର୍ଯ୍ୟ
ଆମର କୋଳାକୋଳି
ପରସ୍ପରକୁ ପରସ୍ପର ।
This poem has not been translated into any other language yet.
I would like to translate this poem