ମୁଁ ମିଶିଛି,
ମିଶିଛି ମଣିଷ ସହିତ,
ମିଶିଛି ସମୟକୁ ଧରି
ଆକାଶରେ ଉଡେଇବାକୁ ନୁହେଁ,
ମିଶିଛି ମାଟି ଉପରେ ଫଳେଇବାକୁ ସୁନା ।
ସୁନା ଅଛି ମନରେ, ଶବ୍ଦରେ,
ସ୍ଥାନକାଳପାତ୍ରର ଉର୍ଦ୍ଧ୍ଵରେ ।
ସୁଖଦୁଃଖ ସବୁକୁ ବିସ୍ଥାପିତ କରି
ମାନବିକତାର ଜୟଗାନରେ
ସାମିଲ ହେଲେ ଅବଶ୍ୟ
ପ୍ରତିଟି କ୍ଷେତ୍ରରେ ଲୋଡା ସର୍ତକତା,
ପୁଂଜିକରି ସେତକ ପୁଣି ହେବ
ଆଗେଇବାକୁ ଚେତନାର ନୁଆ
ଜୀବନ୍ୟାସ ପାଇଁ ।
This poem has not been translated into any other language yet.
I would like to translate this poem