ଖୋଜ,
ପାରୁଛ ଯଦି,
ମତେ ।
ମୁଁ କୋଉଠି
ଏବେ ।
ପାହାଡ ଉପରେ?
ସମୁଦ୍ର ଭିତରେ?
ଗଛକଟା ସରି
ନ ଥିବାବେଳେ
ଯାହା କହୁଛ ତାହା
ପକ୍କା ନୁହଁ ଏଠାରେ ।
ଏଠାରେ ଉଡୁଛି ଧୂଳି
ଆଉ ସେ ଧୂଳିରେ
ସୂର୍ଯ୍ୟ ଅନେକ ସଂଖ୍ୟାରେ ।
ଗଣତି ଆରମ୍ଭରେ
ତୁମେ ଯେ ଖାଉଛ ଚୋଟ
ତାହା ମୁଁ ସାରିଛି ଜାଣି
ଗତକାଲି ରାତିରେ ।
This poem has not been translated into any other language yet.
I would like to translate this poem