ମାଆ Poem by Jhadeswar Khanda

ମାଆ

Rating: 5.0

ଏକଦା ଥିଲା ଗୋଟିଏ ମା
ଲାଳନ ପାଳନ କରି,
ନିଜ ପୁତ୍ରଟିକୁ କରିଲା ବଡ଼
କିଏ ହେବ ତା' ସରି?
ବଡ଼ ହୋଇ ପୁଅ ଚାକିରୀ କରିଲା
କରିଲା ପ୍ରେମ ବିବାହ,
ମାଆ କୁ ନ ପୁଛି ବାହା ହେବାରୁ
ମାଆ ମନରେ କୋହ |
ସୁନ୍ଦରୀ ଭାରିଯା କଥାରେ ପଡ଼ି
ମାଆକୁ ଦେଲା ଯନ୍ତ୍ରଣା,
ସ୍ତ୍ରୀ ସହ ଶ୍ଵଶୁର ମାଆ ବିରୁଦ୍ଧେ
ଜ୍ଵାଇଁକୁ ଦ୍ୟନ୍ତି କୁ-ମନ୍ତ୍ରଣା |
କିଛି ଦିନ ଗଲା ଏକ ବେଳ ଆସିଲା
ସ୍ତ୍ରୀ ଦେଲା କାନେ ବୁଝାଇ,
ଯା' ତୋ ମା'ର କଲିଜା ଆଣିବୁ
ନହିଲେ ଛାଡ଼ପତ୍ର ଦେ ତୁହି |
ସୁନ୍ଦରୀ ସ୍ତ୍ରୀ ର କଥାରେ ପଡ଼ି
ହାତରେ ଧରିଲା ଛୁରୀ,
ମା' ପାଶେ ଯାଇ ସ୍ଵହସ୍ତେ ଧରି
ତା' ଛାତିକୁ ଦେଲା ଚିରି |
ଯେଉଁ ମା'ର କ୍ଷୀର ପାନ କରି
ହେଇଛି ଆଜି ସାହେବ,
ସେହି ମାଆକୁ ହତ୍ୟା କରିଦେଲା
କିପରି ସହିଲା ଦଇବ?
ପତ୍ନୀ ବୁଦ୍ଧିରେ ମାଆକୁ ମାରି
କଲିଜା ଆଣଇ ବୋହି,
ତର ତର ହୋଇ ଡରି ଡରି ଆସି
ଅଧା ବାଟେ ଝୁଣ୍ଟି ପଡଇ |
ପୁଅର ହାତରୁ ମା'ର କଲିଜା
ମାଟିରେ ଖସି ପଡ଼ିଣ,
କଲିଜାରୁ ଏକ ମିଠା ସ୍ଵର କହେ
କଷ୍ଟ ହେଲା କିରେ ଧନ?
ଏତିକି ଶୁଣିଣ ପୁଅର ହୃଦୟ
କମ୍ପି ହେଲା ଥର ହର,
ମଲା ପରେ ମା' ନେଲା ଯତନ
ବୁଝିଲା ମହତ୍ଵ ମାଆ ର |

Friday, December 25, 2015
Topic(s) of this poem: mother
POET'S NOTES ABOUT THE POEM
son & mother
COMMENTS OF THE POEM
READ THIS POEM IN OTHER LANGUAGES
Jhadeswar Khanda

Jhadeswar Khanda

Sartha, Balasore
Close
Error Success