ଝଡ଼ ପରେ Poem by Susanta Pattnayak

ଝଡ଼ ପରେ

ଝଡ଼ ଚାଲିଗଲା ପରେ, ଧରିତ୍ରୀ ଏବେ ଶାନ୍ତ,
ଜଳକଣା ସବୁ ଚମକୁଛନ୍ତି ମୃଦୁ ଆଲୋକରେ,
ଥଣ୍ଡା ପବନ ମନ୍ଦ ଉତ୍ସାହରେ ବହୁଛି ।

ପକ୍ଷ ଝାଡି, ଚିଁ ଚିଁ ଚିତ୍କାର କରି ପୁରା ଆନନ୍ଦରେ,
କାଲି ରାତ୍ରିର ଝଡ଼ ର ଯାତନା କୁ ଭୁଲି,
ପକ୍ଷୀ ଯୁଗଳ ନାଚୁଛନ୍ତି ଯେଉଁଠି ଜଳ ପ୍ଲାବିତ ।

ଭଗ୍ନ ଡାଳଗୁଡ଼ିକ କିନ୍ତୁ ପ୍ରଳୟ ର ଶୋକ ପାଳୁଛନ୍ତି
ଝଡ଼ ର ପ୍ରହାରରେ ମେରୁଦଣ୍ଡ ଭାଙ୍ଗି
ଖସିପଡ଼ିଥିବା ପତ୍ରଗୁଡ଼ିକ ମୃତବତ ପଡ଼ି ରହିଛନ୍ତି ।

ଏପଟେ ରୂପେଲି ମେଘ ପିଠି ରେ ସୁନେଲି ଝୁଲଣାରେ
ଅସ୍ତଗାମୀ ସୂର୍ଯ୍ୟ ସହ ନିରବତା ଧୀରେ ଧୀରେ ମାଡ଼ିଆସୁଛି
ପ୍ରଳୟ ଓ ଶାନ୍ତି ଦୁହେଁ ଦୁହିଁଙ୍କୁ ଏକାଠି ଭେଟୁଛନ୍ତି।

READ THIS POEM IN OTHER LANGUAGES
Susanta Pattnayak

Susanta Pattnayak

Bhubaneswar, India
Close
Error Success