Zz Samudrare Sakaala (Oriya) Poem by Dr Tapan Kumar Pradhan

Zz Samudrare Sakaala (Oriya)

Rating: 4.0

(please see a crude English translation below)

ସମୁଦ୍ରରେ ସକାଳ

ଚାଲ ସବୁ ଲଂଗଳା ହୋଇ ସମୁଦ୍ରରେ ଗାଧୋଇବା
ମୁଁ ନୁହେଁ, ତୁମେ ନୁହେଁ, ଏକୁଟିଆ କେହି ନୁହେଁ –
ମା’ ବାପା, ସାଙ୍ଗ ସାଥୀ, ଭାଇ ଭଉଣୀ, ମୁଁ ତୁମେ
ସାଙ୍ଗ ହୋଇ ମିଳି ମିଶି ଲମ୍ପ ଦେବା ସମୁଦ୍ରରେ
ଉତ୍ତାଳ ଢ଼େଉ ସଙ୍ଗେ ଏକ ହୋଇ ମିଶି
ନାଚି ଯିବା ପଡି‌ ଉଠି, ଭାସି ଯିବା ଭାସି ଯିବା

ଫୁଙ୍ଗୁଳା ପିଠି ପରେ ବିଶ୍ୱାସର ହାତ ମାରି
କଳି ନେବା ପରସ୍ପର ନିବିଡ଼ତା ଆତ୍ମିୟତା
ସହୋଦର ବୁକୁ ପରେ ବୁକୁ ଦେଇ
ମାପିଯିବା ହୃଦୟର ଗଭୀରତା
ଜନ୍ମଦାତା କ୍ରୋଡ଼ ପରେ ନିଃସଂକୋଚେ ବସି
ରକ୍ତର ସଂପର୍କକୁ ବୁଝି ନେବା ଆଉ ଥରେ

ସଭ୍ୟତାର ଯତେ ସବୁ ଅସଭ୍ୟ ଆବରଣ
ମୁଁ’ବାଦ, ସଂକୀର୍ଣ୍ଣତା, ସଂକୋଚର ପରିଚ୍ଛଦ
ଲାଜର ଓଢ଼ଣା ସବୁ ଟିକ୍ ଟିକ୍ ଚି‌ରି
ଫିଙ୍ଗି ଦେବା ସମୁଦ୍ରରେ, ଠେଲି ଦେବା ଦୂରେ ପୁଣି -

ସ୍ନାନ ସାରି କୂଳେ ଆସି ଆବିଷ୍କାର କରିବା
ଭେଦହୀନ ଆମେ ସବୁ ସମାନ ଏକେବାର
ଖାଲି କଳା ଦେହ ଧଳା ଦେହ, ଟିକେ ସାନ ଟିକେ ବଡ‌
ମୋଟା କିଏ, ସରୁ କିଏ, ତା’ ନ ହେଲେ ବାସ୍
ମୁଁ ଯିଏ ତୁମେ ସିଏ, ବ୍ୟତିକ୍ରମ କେହି ନୁହେଁ
ଚ୍ୟବନ – ସୂର୍ଯ୍ୟସୁତ ସମ ଅଭିନ୍ନ ଏକାକାର!

*****

ସମୁଦ୍ରର କୂଳେ କୂଳେ ନଙ୍ଗଳା ପାଦ ପରେ
ପାଦ ଥାପି ଦୌଡି‌ ଯିବା, ଦୌଡି ଯିବା
ଛାଡି‌ ଯିବା ପଛେ ପଛେ ଅସଂଖ୍ୟ ପାଦ ଚିହ୍ନ
ତୁମ ଆମ ବିଶ୍ୱାସର ଛଳହୀନ
ନିଷ୍କପଟ ପ୍ରତୀକଟି ମାନ:
ମୋହଗ୍ରସ୍ତ ଭୀତତ୍ରସ୍ତ ଦୁନିଆର ଅଗଣିତ
ଜନତାର ଲାଗି ଏକ ଏକ
ନୂତନ ମାଇଲ ଖୁଣ୍ଟି ଚିହ୍ନ –

ଯାହାକୁ ଅନୁସରି ଆଗାମୀର ଦାୟାଦ
ଗଢି‌ଯିବେ ନୂଆ ନୂଆ କୀର୍ତ୍ତି ମାନ, ଭୁଲିଯିବେ
ଲାଜ ମିଛ ଭୟ
ଅହଂ ମାୟା ମୋହ –
ବିତରିବେ ଜଗତରେ ମାନବତାର ସଙ୍ଗୀତ
ଦେବେ ଅନ୍ୟ ଏକ ସାମ୍ୟବାଦର ଆହ୍ୱାନ!

*******
SUNRISE IN THE SEA

Come let us bathe together naked in the sea
No, not you, nor I, no - nobody alone
But friends-parents, brothers-sisters, and you and I
Together a-hugging let us plunge into the sea
And rolling into one with the cascading waves
Let’s dance away rising, falling, and float on away!

Let us touch each torso with palms of trust
To measure each other's fondness, nearness
And pressing each brother close, breast to breast
Let us fathom each heart's wideness, deepness;
And rolling in the lap of the giver of our births
Let us understand the relations of blood afresh….

Let us tear asunder all the vulgar clothes
Of egoism, bigotry and shallow pretensions -
And the flimsy veils of false modesty
Let's throw them away into the all-conquering sea.

And having finished our bath let’s come to the shore
And let us in the soft cool halo of morning discover
That we are in no way different from others -
Just fair body, dark body, little plump, a little thin
One is big, one is small - or else lo!
I am you, and you are I, alike and also
Identical without any identifying gloss
Like Chyavana and Ashvinikumaras!

***** *****

Stride after stride, along the sea strand's wild
Sands, let us sprint on, sprint on......
And leave behind us a thousand footprints,
Following which our scions of future
Shall forge new roads and new worlds discover,

And forget lust, anger, fear, falsity
And ego, Maya, and false modesty.

- - o- -

POET'S NOTES ABOUT THE POEM
Written during the poet's student days. Won the Ankur prize for poetry.
COMMENTS OF THE POEM
READ THIS POEM IN OTHER LANGUAGES
Dr Tapan Kumar Pradhan

Dr Tapan Kumar Pradhan

Bhubaneswar, Odisha, India
Close
Error Success