ସଭିଙ୍କ ଶାଳୀ Poem by Gajanan Mishra

Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India

ସଭିଙ୍କ ଶାଳୀ

Rating: 5.0

ଗରିବ ବୋଲି
ମୁଁ ସଭିଙ୍କ ଶାଳୀ ।
ଏପଟେ ପେଲ
ସେପଟେ ପେଲ
ମୁଁ କାଙ୍ଗାଳୀ ।

ନାଇଁ ରକତ ବି ମୋର,
ପାଟିରେ ଉଁ ଆଁ କରିବାର
ନାଇଁ ବି ଶକତି ।

ମଦ ପାଣି ଯାହା ମିଳୁଛି
ପିଇ ଦେଉଛି
ଗୋଡ ଘଷି ଦେଉଛି
ଅଇଁଠାଜିଇଁଠା ମିଳୁଛି ଯାହା
ଦେଉଛି ଗିଳି
ମରିଛି କି ଜିଇଁଛି
ଜାଣି ନ ପାରି
ମାରୁଛି ତାଳି ।

ମୁଁ ଯାଉଛି ପେଟ ପାଇଁ
ଦାଦନ ଖଟି ।
ମାଟିରେ ମୋର
ଯଦିଓ ସବୁ ଭର୍ତି ।

ମା ଅଛି,
ଭାଷା ଠିକ୍ ନାହିଁ ।
ଭାଇ ଅଛି,
ସହଯୋଗ ନାହିଁ ।
ପାଣି ଅଛି,
ପିଇ ହେଉ ନି ।
ନଦୀ ତ ନଦୀ
ଅଛି ମହାନଦୀ,
କିଛି କରିବାକୁ
ନାହିଁ ଶକତି ।

ଗରିବ କରିଦେଇ ହରି
କରିଛୁ ସଭିଙ୍କ ବଇରି ।

Friday, February 24, 2017
Topic(s) of this poem: poverty
POET'S NOTES ABOUT THE POEM
The poem is written in Odia language. Odia is the official language of Odisha. The script is Brahmi. The present position of Odisha is depicted here.
COMMENTS OF THE POEM
Gajanan Mishra 24 February 2017

With everything we are poor.

0 0 Reply
READ THIS POEM IN OTHER LANGUAGES
Gajanan Mishra

Gajanan Mishra

Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Gajanan Mishra
Tikapali, Patnagarh, Balangir, Odisha, India now at Tapobana, Titilagarh, Odisha, India
Close
Error Success