ମୋର ସକଳ ଶବ୍ଦ,
ସକଳ କର୍ମ, ସକଳ ଭାବ
ରହୁ ସତ୍ ରେ ଆଉ
ରହୁ ଅମୃତମୟ ହୋଇ
ସବୁବେଳେ ଏଠାରେ ।
ମୁଁ ଯେ ଅମୃତ ବିନ୍ଦୁ
ଶୁଣିଛି ପିତାପ୍ରପିତାଙ୍କଠୁ,
ଆଉ ବି ଶୁଣିଛି, ଯାଉଛି ମୁଁ
ଧାଇଁ ଅମୃତସାଗରେ
ମିଶିବା ପାଇଁ ।
ଏଠାକାର ଏ ପାଣି ପବନରେ
ଅନୁଭବୁଛି ଅମୃତ,
ଅମୃତମୟ ଜୀବନ
ଅମୃତ ସମୟରେ ହେଉଛି ଧନ୍ୟ ।
This poem has not been translated into any other language yet.
I would like to translate this poem